ଇସ୍ତଫା ଦେବେ କି ମମତା ? । ମମତା ବାନାର୍ଜୀ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ପଦ ପାଇଁ ସେ ଲୋଭୀ ନୁହଁନ୍ତି । ଏହି ପଦ ପାଇଁ ତାଙ୍କର କୌଣସି ଇଚ୍ଛା ନାହିଁ। ଲୋକଙ୍କ ପାଇଁ ସେ ଇସ୍ତଫା ଦେବାକୁ ପ୍ରସ୍ତୁତ ଅଛନ୍ତି।
ଆଜି ସନ୍ଧ୍ୟାରେ ମମତା ବାନାର୍ଜୀ ଆନ୍ଦୋଳନରତ କନିଷ୍ଠ ଡାକ୍ତରମାନଙ୍କ ସହ ବୈଠକ ପାଇଁ ପହଞ୍ଚିଥିଲାବେଳେ ଏପରି କହିଛନ୍ତି । ଆନ୍ଦୋଳନ ସମୟରେ ଡାକ୍ତରମାନେ ବୈଠକର ସିଧା ପ୍ରସାରଣ ଦାବି କରିଥିଲେ । ତେବେ ମମତା ଏଥିପାଇଁ ରାଜି ନଥିଲେ । ଏଭଳି ସ୍ଥିତିରେ କନିଷ୍ଠ ଡାକ୍ତରମାନେ ମମତାଙ୍କୁ ଭେଟିବାକୁ ଆସିନଥିଲେ। ଏହି ବୈଠକ ବିଫଳ ହେବା ପରେ ମମତା ବାନାର୍ଜୀ ତାଙ୍କ ଇସ୍ତଫା ବିଷୟରେ କହିଛନ୍ତି। ଆରଜି କର ମେଡିକାଲ କଲେଜର ଡାକ୍ତରଙ୍କ ହତ୍ୟା ମାମଲାରେ ସେ ବି ନ୍ୟାୟ ଚାହୁଁଛନ୍ତି ବୋଲି ସେ କହିଛନ୍ତି।