ଦୁଇ ରାଜ୍ୟରେ ନିର୍ବାଚନ ହେବାକୁ ଯାଉଛି । ସାଧାରଣ ନିର୍ବାଚନ ପରେ ଏହି ଦୁଇ ରାଜ୍ୟର ଫଳାଫଳ ବିଜେପି ପାଇଁ ଅଗ୍ନି ପରୀକ୍ଷା ହୋଇପାରେ । କାରଣ ଏହା ପରେ ବଡ଼ ବଡ଼ ରାଜ୍ୟରେ ନିର୍ବାଚନ ହେବ । ଏବେ ହରିୟାନା ଏବଂ ଜାମ୍ମୁ ଓ କାଶ୍ମୀରରେ ନିର୍ବାଚନ ତାରିଖ ଘୋଷଣା ହୋଇଛି । ଜାମ୍ମୁକାଶ୍ମୀରରେ ସେପ୍ଟେମ୍ବର ୧୮ ଓ ୨୫ ଏବଂ ଅକ୍ଟୋବର ୧ରେ ମତଦାନ ହେବ । ୧୦ ବର୍ଷ ପରେ ସେଠାରେ ନିର୍ବାଚନ ହେବାକୁ ଥିବାରୁ କିଏ ସରକାର ଗଠନ କରିବ କିଏ ମୁଖ୍ୟମନ୍ତ୍ରୀ ହେବ ସେ ନେଇ ଆଲୋଚନା ଚାଲିଛି । ଧାରା ୩୭୦ ଉଚ୍ଛେଦ ପରେ ପ୍ରଥମ ଥର ପାଇଁ ଜାମ୍ମୁ ଓ କାଶ୍ମୀରରେ ଭୋଟ ପଡ଼ିବ। ସେପଟେ ହରିୟାଣାରେ ଅକ୍ଟୋବର ୧ରେ ଗୋଟିଏ ପର୍ଯ୍ୟାୟରେ ହେବ ନିର୍ବାଚନ। ଏଠାରେ ବିଜେପି ସରକାର ଗଠନ କରି ଶାସନ କରୁଛି ସତ କିନ୍ତୁ ହିମାଚଳରେ ବିଜେପି ହାରିବା ପରେ ହରିଆନାରେ ସରକାର ବଂଚାଇ ରଖିବା ବିଜେପି ପାଇଁ କଷ୍ଟକର ହୋଇପାରେ । ଦୁଇ ରାଜ୍ୟରେ ଅକ୍ଟୋବର ୪ରେ ଆସିବ ଫଳାଫଳ। ଆଉ କଣ ଫଳ ଆସିବ ତାକୁ ନେଇ ଏବେ ଏନଡିଏ ଏବଂ ଇଣ୍ଡି ମେଂଟ ଜିତିବା ନେଇ ପ୍ରତିକ୍ରିୟା ରଖୁଛନ୍ତି ।