ଏକମାସ ବିତିଲାଣି ପ୍ରତିଦିନ ବିମାନ ଆକ୍ରମଣ ପାଇଁ ମିଳୁଛି ବୋମା ଧମକ । ବିମାନ କଂପାନିମାନେ ଶହେ କୋଟି କ୍ଷତି କରିଥିବା କହିଛନ୍ତି । ଏହାରି ମଧ୍ୟରେ ଆଉ ଏକ ଧମକ ଯୋଡ଼ି ହୋଇଛି। ଖାଲିସ୍ତାନୀ ଆତଙ୍କବାଦୀ ଗୁରୁପତୱନ୍ତ୍ ସିଂ ପନ୍ନୁ ବିମାନ ଯାତ୍ରୀମାନଙ୍କୁ ନଭେମ୍ବର ୧ ରୁ ୧୯ ତାରିଖ ମଧ୍ୟରେ ଏୟାର ଇଣ୍ଡିଆ ବିମାନରେ ଉଡ଼ାଣ ନକରିବାକୁ ଚେତାବନୀ ଦେଇଛି। କାରଣ ଏହି ମାସରେ ବୋମା ବିସ୍ଫୋରଣ ହେବ ବୋଲି ସେ ଖୋଲାଖୋଲି କହିଛି ।
ସେମାନେ ପ୍ଲା୍ନ କରିଛନ୍ତି ଆଉ ବୋମା ବିସ୍ଫୋରଣ କରିବେ । ସିଖ୍ ଫର୍ ଜଷ୍ଟିସ୍(ଏସ୍ଏଫ୍ଜେ)ର ପ୍ରତିଷ୍ଠାତା ପନ୍ନୁ ଏହି ଧମକ ଦେଇଛି । ଗତ ବର୍ଷ ମଧ୍ୟ ଶିତ ଦିନରେ ପନ୍ନୁ ବିମାନ ବିସ୍ଫୋରଣ ପାଇଁ ଧମକ ଦେଇଥିଲା । ପନ୍ନକୁ ହତ୍ୟା କରିବା ପାଇଁ ବିକାଶ ଯାଦବ ଯୋଜନା ବଡ଼ ଖବର ଥିବା ବେଳେ ପନ୍ନୁ ପୁଣି ତାର ପୁରୁଣା କଥା ଦୋହରାଇଛି ।
ଭାରତର ଅନେକ ଏୟାରଲାଇନ୍ସ ସମ୍ଭାବ୍ୟ ବୋମା ବିସ୍ଫୋରଣକୁ ନେଇ ଏକାଧିକ ଧମକ କଲ୍ ପାଇଛନ୍ତି । ଉଡାଣ ବାତିଲ କରୁଛନ୍ତି । କୋଟି କୋଟି ଟଙ୍କା କ୍ଷତି ସହୁଛନ୍ତି । ଏହାରି ଭିତରେ ପନ୍ନୁ ଚେତାବନୀ ବିମାନ କଂପାନିଙ୍କ ମୁଣ୍ଡ ବ୍ୟଥା ଆଣିଛି ।
୨୦୨୩ ମସିହା ନଭେମ୍ବର ମାସରେ ପନ୍ନୁ ଏକ ଭିଡିଓ ଜାରି କରି ଦାବି କରିଥିଲା ଯେ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରର ନାମ ପରିବର୍ତ୍ତନ ହେବ ନହେଲେ ବୋମା ବିସ୍ଫୋରଣ ହେବ ।
ଜାତୀୟ ଅନୁସନ୍ଧାନ ଏଜେନ୍ସି ତାଙ୍କୁ ଅପରାଧିକ ଷଡଯନ୍ତ୍ର, ଧର୍ମ ଆଧାରରେ ବିଭିନ୍ନ ଗୋଷ୍ଠୀ ମଧ୍ୟରେ ଶତ୍ରୁତା ବୃଦ୍ଧି କରିବା ଏବଂ ବେଆଇନ କାର୍ଯ୍ୟକଳାପ (ପ୍ରତିରୋଧ) ଅଧିନିୟମ ଅନୁଯାୟୀ ବିଭିନ୍ନ ଅପରାଧରେ ଦୋଷୀ ସାବ୍ୟସ୍ତ କରିଥିଲା। ତୋବୋ ପନ୍ନୂ ଆମେରିକାରେ ରହୁଥିବାରୁ ତାର କିଛି କ୍ଷତି ହେଉନାହିଁ ।