କୋଭିଡ ଟୀକାକୁ ନେଇ ବେଳେବେଳେ ଅନେକ କଥା ଶୁଣିବାକୁ ମିଳୁଛି । କିଛି କଂପାନିଙ୍କ ଟୀକା ବିପଦ ଥିବା ରିପୋର୍ଟ ବାହାରୁଛି । ଏବେ ବନାରସ ବିଶ୍ୱବିଦ୍ୟାଳୟ ଗବେଷଣାରେ ବଡ ଦାବି କରାଯାଇଛି ଯେ କରୋନା ଟିକା କୋଭିସିଲ୍ଡ ପରେ କୋଭାକ୍ସିନରେ ଦେଖାଦେଉଛି ପାର୍ଶ୍ବ ପ୍ରତିକ୍ର୍ରିୟା । ରିପୋର୍ଟ ସାମ୍ନାକୁ ଆସିବା ପରେ ବଡ଼ ଖୁଲାସା ହୋଇଛି । ଟିକା ନେଇଥିବା ୧ ହଜାର ୨୪ ଜଣଙ୍କ ଅଧ୍ୟୟନ କରିବା ପରେ ସାମ୍ନାକୁ ଆସିଛି ଏହି ତଥ୍ୟ । କରୋନା ଭାଇରସକୁ ପ୍ରତିହତ କରିବା ପାଇଁ କୋଭାକ୍ସିନକୁ ଭାରତରେ ପ୍ରସ୍ତୁତ କରାଯାଇଥିଲା । ଯାହାକୁ ନେଇ ବିଭିନ୍ନ ସମୟରେ ଭିନ୍ନ କଥା ଶୁଣିବାକୁ ମିଳୁଛି ।