ହରିଆଣାରେ ବିଜେପି ହାରିବ । କଂଗ୍ରେସ ସରକାର ଗଠନ କରିବ । ଏହା କହୁଛି ବୁଥ୍ ବାହୁଡ଼ା ମତ । ବିଶେଷ କରି ସମସ୍ତ ଏକଜିଟ୍ ପୋଲ ଏହି ଭବିଷ୍ୟବାଣୀ କରିଛନ୍ତି । ତେବେ କାହିଁକି ବିଜେପି ସରକାର ହରିୟାନାରେ ହାରିବ ତାକୁ ନେଇ ଆଲୋଚନା ଚାଲିଛି । ୮ ତାରିଖରେ ଭୋଟ ଗଣତି ହେବ ।
ବୁଥ୍ ବାହୁଡ଼ା ମତରେ ହରିୟାଣାରେ କଂଗ୍ରେସକୁ ସ୍ପଷ୍ଟ ବହୁମତ ମିଳୁଥିବା ବେଳେ ଏଥିପାଇଁ ଥିବା କାରଣ ଭିନ୍ନ ଭିନ୍ନ ରହିଛି ।
ସରକାର ବିରୋଧୀ ମତ
ହରିୟାନାରେ ଦଶ ବର୍ଷ ହେଲା ବିଜେପି ସରକାରରେ ଅଛି । ସାଧାରଣରେ ସରକାର ବିରୋଧୀ ସ୍ବର ରହିବା ସ୍ବଭାବିକ । ହରିୟାନାରେ ଚାଷୀ ସଂଗଠନକୁ କଂଗ୍ରେସ ସମର୍ଥନ କରୁଛି । ସେମାନଙ୍କ ପାଇଁ ଏମଏସପି ଗ୍ୟାରେଣ୍ଟି କଥା କହୁଛି । ଏହା ସହ ଅନେକ ଯୋଜନାରେ ସିଧା ସଳଖ ଅର୍ଥ ଭୋଟରଙ୍କୁ ଦେବାକୁ କହିଛି କଂଗ୍ରେସ ।
କଂଗ୍ରେସର ଗ୍ୟାରେଣ୍ଟି
କଂଗ୍ରେସର ଗ୍ୟାରେଣ୍ଟି ଅନେକାଂଶରେ ଭୋଟରଙ୍କ ମନକୁ ପାଉଛି । ବାର୍ଧକ୍ୟ ଭତ୍ତାକୁ 6 ହଜାର କରିବାକୁ କଂଗ୍ରେସ ପ୍ରତିଶ୍ରୁତି ଦେଇଛି । ପ୍ରତି ମହିଳାଙ୍କୁ ମାସକୁ ଦୁଇ ହଜାର ଟଙ୍କା ଦେବାକୁ କହିଛି କଂଗ୍ରେସ । ବିଜୁଳି ଛାଡ କରିବା ସହ 25 ଲକ୍ଷ ପର୍ଯ୍ୟନ୍ତ ସ୍ବାସ୍ଥ୍ୟବୀମା ଦେବାକୁ କହିଛି । ଏପରି ଲୋଭନୀୟ ଅଫରକୁ ଘରକୁ ଘର ବୁଲି କଂଗ୍ରେସ କର୍ମୀମାନେ ପହଁଚାଇଛନ୍ତି ଯାହାର ଲାଭ କଂଗ୍ରେସ ପାଇବ କୁହାଯାଉଛି ।
ଚାଷୀ ଆନ୍ଦୋଳନ
ହରିୟାନାର ଚାଷୀଙ୍କ ଆନ୍ଦୋଳନ ବିଜେପି ପାଇଁ ବଡ଼ ସମସ୍ୟା ରହିଛି । ନୂଆ କୃଷି ଆଇନକୁ ନେଇ ଚାଷୀମାନେ ବିଜେପିକୁ ଦୋଷ ଦେଇଥିଲେ । ତେଣୁ କେନ୍ଦ୍ର ସରକାର ନୂଆ କୃଷୀ ଆଇନ ଫେରାଇବାକୁ ବାଧ୍ୟ ହେଲେ । ତେଣୁ ଚାଷୀମାନେ ମଧ୍ୟ ବିଜେପି ବିରୋଧରେ ଭୋଟ ଦେଇଛନ୍ତି
ନିଯୁକ୍ତି ସମସ୍ୟା
ରାଜ୍ୟରେ ନିଯୁକ୍ତି ସମସ୍ୟା ମଧ୍ୟ ରହିଛି । ଯାହାକୁ ନେଇ ଯୁବ ବର୍ଗ ସରକାର ବିରୋଧରେ ଭୋଟ କରିଛନ୍ତି । ଏହା ସହ ଖେଳାଳୀମାନଙ୍କ ଅଭିଯୋଗ ମଧ୍ୟ ଏକ ସମସ୍ୟା ରୂପେ ବିଜେପି ପାଇଁ ଦେଖାଦେଇଛି । ବିଶେଷ କରି ଫୋଗାଟ ପରିବାର ବିଜେପି ବିରୋଧରେ ପ୍ରଚାର କରିଛନ୍ତି । କୁସ୍ତିକୁ ନେଇ ଖେଳାଳିମାନେ ବିଜେପି ବିରୋଧରେ ଭୋଟ ଦେଇଛନ୍ତି । ଏହାର ପ୍ରଭାବ ଏକଜିଟ୍ ପୋଲରେ ପଡ଼ିଛି ।
ମାଟିଜ ସଂସ୍ଥାର ଆକଳନ ଅନୁସାରେ ହରିଆଣାରେ ବିଜେପିକୁ ମିଳିପାରେ ୧୮ରୁ୨୪ ସିଟ୍। ସେହିଭଳି କଂଗ୍ରେସ ୫୫ରୁ ୬୨ ଏବଂ ଅନ୍ୟାନ୍ୟ ଦଳଙ୍କୁ ୨ରୁ ୫ ଆସନ ମିଳିବା ସମ୍ଭାବନା ରହିଛି। DHRUV ସଂସ୍ଥାର ପୂର୍ବାନୁମାନ କହୁଛି ହରିଆଣାରେ ବିଜେପି ୨୨-୩୨ ଆସନ ଜିତିପାରେ। କଂଗ୍ରେସକୁ ୫୦-୬୪ ଆସନ ମିଳିବାକୁ ଥିବା ବେଳେ ଅନ୍ୟାନ୍ୟ ଦଳକୁ ୨-୮ଟି ଆସନ ପାଇବେ।
PEOPLES PULSE ଆକଳନ କହୁଛି, ବିଜେପି ୨୦-୩୨ଟି ସିଟରେ ଜିତିପାରେ। କଂଗ୍ରେସ-୪୯-୬୧ଟି ଆସନରେ ବିଜୟୀ ହେବାକୁ ଥିବା ବେଳେ ଅନ୍ୟାନ୍ୟ ଦଳଙ୍କୁ ୩-୫ଟି ଆସନ ମିଳିପାରେ। Bhaskar Reporters Pollର ତଥ୍ୟ କହିଛି, ବିଜେପି ଏଠୁ ୧୯-୨୯ଟି ଆସନ ଜିତିପାରେ। କଂଗ୍ରେସ ୪୪-୫୪ ଆସନ ଜିତି ସରକାର ଗଢ଼ିବାକୁ ଥିବା ବେଳେ ଅନ୍ୟାନ୍ୟ ଦଳ ସପରକ୍ଷରେ ସର୍ବାଧିକ ୦-୬ ଟି ଆସନ ମଳିପାରେ।
ସେପଟେ ଜମ୍ମୁ-କାଶ୍ମୀରରେ ବୁଥ ବାହୁଡ଼ା ମତକୁ ନେଇ GULISTAN NEWSର ପୂର୍ବାନୁମାନ କହିଛି ରାଜ୍ୟର ମୋଟ ୯୦ ଆସନରୁ ବିଜେପି-୨୮-୩୦ଟିରେ ଜିତିପାରେ। କଂଗ୍ରେସ-୩୧-୩୬ ଏବଂ ଅନ୍ୟାନ୍ୟ ଦଳଙ୍କୁ ୫-୭ଟି ଆସନ ମିଳିବା ସମ୍ଭାବନା ରହିଛି।
PEOPLES PULSEର ଆକଳନ ଅନୁସାରେ ବିଜେପି-୨୩-୨୭, କଂଗ୍ରେସ-୪୬-୫୦ ଏବଂ ପିଡିପିକୁ ୭-୧୧ ଟି ଆସନ ମିଳିପାରେ। DAINIK BHASKAR ପୂର୍ବାନୁମାନ କହିଛି, ବିଜେପି-୨୦-୨୫, କଂଗ୍ରେସ-୩୫-୪୦ ଏବଂ ପିଡିପିକୁ ମିଳିପାରେ ୧୨-୧୬ଟି ସିଟ୍।
NDTVର ବୁଥ୍ ବାହୁଡ଼ା ମତ କହୁଛି, ବିଜେପିକୁ ୨୪ , କଂଗ୍ରେସକୁ ୪୩ ଏବଂ ପିଡିପିକୁ ୧୬ଟି ଆସନ ମିଳିବ। India Today-CVoterର ଆକଳନ ଅନୁସାରେ ବିଜେପି ୨୭-୩୧, କଂଗ୍ରେସ ୪୦-୪୮ ଏବଂ ପିଡିପିକୁ ୬-୧୨ଟି ଆସନରେ ଜିତିପାରେ। Bhaskar Reporters Pollର ପୂର୍ବାନୁମାନ କହିଛି, ବିଜେପି- ୨୦-୨୫, କଂଗ୍ରେସ – ୩୫-୪୦ ଏବଂ ପିଡିପି- ୪-୭ ଟି ଆସନ ପାଇବ।