କ୍ଷମତା ପରିବର୍ତ୍ତନ ପରିବର୍ତ୍ତନ ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ । ବିରୋଧୀ ଦଳରେ ବସିଥିବା ତେଲୁଗୁ ଦେଶମ ପାର୍ଟି (ଟିଡିପି) ଏବେ କ୍ଷମତାକୁ ଫେରିଛି। ଆନ୍ଧ୍ରପ୍ରଦେଶ ବିଜୟୱାଡାର ତାଡେପାଲ ଜିଲାରେ ଓ୍ବାଇଏସଆର କଂଗ୍ରେସ ପାର୍ଟି (YSRCP)ର କାର୍ଯ୍ୟାଳୟରେ ବୁଲଡୋଜର ଚଲାଇ ଭାଙ୍ଗି ଦିଆଯାଇଛି। ଓ୍ବାଇଏସଆର କଂଗ୍ରେସ ଏହାକୁ ପ୍ରତିଶୋଧର ରାଜନୀତି ବୋଲି କହିଛି । ତେବେ ଏହାକୁ ନେଇ ଟିଡିପି କହିଛି ଆଇନ ଅନୁସାରେ କାମ ହୋଇଛି । ଓ୍ବାଇଏସଆର କଂଗ୍ରେସର କାର୍ଯ୍ୟାଳୟ ଗୁଣ୍ଟୁର ଜିଲାର ତୋଡପଲ୍ଲୀ ମଣ୍ଡଳର ସୀତାନଗରମ ପରିସରରେ ରହିଛି। ଓ୍ବାଇଏସଆର ୮୭୦.୪୦ ବର୍ଗ ମିଟର ଜମି ବେଆଇନ ଭାବେ କବଜା କରି ରଖିଥିବା ଅଭିଯୋଗ ହେବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି ।