ଚମ୍ପାଇ ସୋରେନ ବିଜେପିରେ ମିଶିବେ । ଏହି ଚର୍ଚା ଏବେ ଦିଲ୍ଲୀରେ ଚାଲିଛି । ନିର୍ବାଚନ ପୂର୍ବରୁ ଚମ୍ପାଇ ବିଜେପିରେ ମିଶିଲେ ଝାରଖଣ୍ଡର ରାଜନୀତି ଓଲଟ ପାଲଟ ହେବାର ସଂଭାବନା ରହିଛି । ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କୁ କୋଲକାତାରେ ଭେଟିବା ପରେ ସେ ବିଜେପିରେ ସାମିଲ ହେଉଥିବା ଚର୍ଚା ବଢ଼ିଛି । ଏହାପରେ ସେ ଜେଏମଏମର ଅନ୍ୟ ୪ ଜଣ ବିଧାୟକଙ୍କୁ ସାଙ୍ଗରେ ଧରି ଦିଲ୍ଲୀରେ ପହଞ୍ଚିଛନ୍ତି। କୁହାଯାଉଛି ସେଠାର ସେ ବିଜେପି ନେତାଙ୍କ ସହ ଯୋଗସୂତ୍ର ରକ୍ଷା କରିଛନ୍ତି । ସେ ଜେଏମଏମକୁ ଛାଡି ବିଜେପି ଶିବିରକୁ ଯିବା ପାଇଁ ଅପେକ୍ଷାରେ ରହିଛନ୍ତି । ଯାହା ଫଳରେ ବିଜେପିର ଏହି ରାଜ୍ୟରେ ଶକ୍ତି ବୃଦ୍ଧି ପାଇବ ବୋଲି କୁହାଯାଉଛି
ଝାରଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଏମଏମର ପୂର୍ବତନ ଚମ୍ପାଇ ସୋରେନ ବିଜେପିରେ ମିଶିବା ନେଇ ଚର୍ଚ୍ଚା ଲାଗି ରହିଛି। ଏସବୁ ଭିତରେ ସେ ଜେଏମଏମର କିଛି ବିଧାୟକଙ୍କୁ ଧରି ଦିଲ୍ଲୀରେ ରହିଛନ୍ତି । ସେ ଦିଲ୍ଲୀରେ ପହଞ୍ଚିବା ପରେ ବିଜେପିରେ ମିଶିବା ନେଇ ଚାଲିଥିବା ଚର୍ଚ୍ଚା ଆହୁରି ତୀବ୍ର ହୋଇଛି। ଚଳିତ ବର୍ଷ ଝାରଖଣ୍ଡ ବିଧାନସଭା ନିର୍ବାଚନ ହେବ । ଏହାପୂର୍ବରୁ ଚମ୍ପାଇ ସୋରେନ ଦଳ ବଦଳ କରିବେ ବୋଲି କୁହାଯାଉଛି। ତେବେ ଏହି ଦଳ ବଦଳ ପ୍ରଶ୍ନର ଉତ୍ତର ଚମ୍ପାଇ ସୋରେନ ଦେଇଛନ୍ତି। ଆଜି ସେ ଦିଲ୍ଲୀର ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଦଳ ବଦଳ ସମ୍ପର୍କରେ ପ୍ରଶ୍ନ କରାଯାଇଥିଲା। ସେ ସିଧାସଳଖ ଏହାକୁ ଏଡ଼ାଇ ଯାଇଥିଲେ।