ଓଡିଶା କୁ କେନ୍ଦ୍ର ସରକାର ଦେଇଛନ୍ତି ବଡ ଉପହାର | ପଶ୍ଚିମ ଓଡ଼ିଶାରେ ୨ଟି ନୂଆ ରେଳ ପ୍ରକଳ୍ପ ନିର୍ମାଣକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ କରିଛନ୍ତି |ଏହି ୨ଟି ପ୍ରକଳ୍ପ ବରଗଡ଼, ନୂଆପଡ଼ା ଓ ସୁନ୍ଦରଗଡ଼ ଦେଇ ଯିବ। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଆଜି ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି, ଓଡ଼ିଶାର ୨ ରେଳଲାଇନ୍କୁ କେନ୍ଦ୍ର କ୍ୟାବିନେଟ୍ରେ ଅନୁମୋଦନ ମିଳିଛି। ପ୍ରଥମ ପ୍ରକଳ୍ପ ଅଧୀନରେ ବରଗଡ଼ରୁ ନୂଆପଡ଼ାକୁ ରେଳ ସଂଯୋଗୀକରଣ ହେବ। ଏହି ପ୍ରକଳ୍ପ ଅଧୀନରେ ୧୩୮କିମି ରେଳଲାଇନ୍ ବିଛାଯିବ, ଯେଉଁଥି ପାଇଁ ୨୯୬୨ କୋଟି ଟଙ୍କା ଖର୍ଚ୍ଚ ହେବ। ସେହିପରି ଦ୍ବିତୀୟ ପ୍ରକଳ୍ପ ସୁନ୍ଦରଗଡ଼ରୁ ଛତିଶଗଡ଼ ଜିଲ୍ଲା ରାୟଗଡ଼କୁ ସଂଯୋଗ କରିବ। ସୁନ୍ଦରଗଡ଼ ଜିଲ୍ଲା ସରଡେଗାରୁ ଆରମ୍ଭ ହେବାକୁ ଥିବା ଡବଲଲାଇନ୍ ରେଳଲାଇନ ରାୟଗଡା ଜିଲ୍ଲା ଭାଲୁମୁରାକୁ ସଂଯୋଗ କରିବ। ୩୭କିମି ରେଳଲାଇନ୍ ପାଇଁ ୧୩୬୦ କୋଟି ଟଙ୍କା ଖର୍ଚ ହେବ |