ପୁଣି ତୃତୀୟ ଥର ପାଇଁ ବିଜେପି ଗଠନ କରିବ ସରକାର । ହରିଆଣାରେ କଂଗ୍ରେସ ନୁହେଁ ବିଜେପି ସରକାର କରିବ । ପ୍ରଥମେ କଂଗ୍ରେସ ଆଗରେ ଥିବା ବେଳେ ଏବେ ବିଜେପି ଆଗରେ ରହିଛି । କଂଗ୍ରେସ ତୁଳନାରେ ବିଜେପି ରାଜ୍ୟରେ ଅଧିକ ଆସନରେ ଆଗୁଆ ରହିଛି। 90ଟି ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ 51ଟି ଟିରେ ବିଜେପି ଆଗରେ ଥିବାବେଳେ କଂଗ୍ରେସ 35ରେ ଆଗୁଆ ରହିଛି। ସାତଟି ଏକଜିଟ୍ ପୋଲ କହିଥିଲେ କଂଗ୍ରେସ ୫୫ଟି ଆସନ ଜିତିବ। ଗଣନା ଆରମ୍ଭ ହେବା ପୂର୍ବରୁ ମଧ୍ୟ ନୂଆଦିଲ୍ଲୀରେ କଂଗ୍ରେସ ମୁଖ୍ୟାଳୟ ବାହାରେ ଉତ୍ସବ ଆରମ୍ଭ ହୋଇଥିବାବେଳେ ଦଳ ସମର୍ଥକମାନେ ଢୋଲ ବଜାଇ ନାଚୁଥିବାର ଦେଖିବାକୁ ମିଳିଥିଲା । କିନ୍ତୁ ଏବେ ବିଜେପି ଅର୍ଧଶତକରୁ ଅଧିକ ଆସନରେ ଆଗୁଆ ରହିଛି । ହରିଆଣା ମୁଖ୍ୟମନ୍ତ୍ରୀ ନୟାବ ସିଂ ସାଇନି ତୃତୀୟ ଥର ପାଇଁ ହରିୟାଣାରେ ସରକାର ଗଠନ କରିବେ ବୋଲି ଆତ୍ମବିଶ୍ୱାସ ପ୍ରକାଶ କରିଛନ୍ତି। ଗତ ୧୦ ବର୍ଷ ହେଲା ହରିୟାଣାରେ ବିଜେପି ସରକାର ରହିଛି । ଏଥର ପରିବର୍ତ୍ତନ ହେବ ବୋଲି କୁହାଯାଉଥିଲା ।