ପଡୋଶୀ ଦେଶ ପାକିସ୍ତାନ ସହ ଆଲୋଚନା ହେବାର ନାହିଁ । କାରଣ ପଡ଼ୋଶୀ ଦେଶ ଶାନ୍ତି ଚାହୁଁନାହିଁ । କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ସ୍ପଷ୍ଟ କରିଛନ୍ତି ଜମ୍ମୁକାଶ୍ମୀରରେ ଶାନ୍ତି ନ ଆସିବା ପର୍ଯ୍ୟନ୍ତ ପାକିସ୍ତାନ ସହ କୌଣସି ଆଲୋଚନା ହେବ ନାହିଁ। ଜମ୍ମୁକାଶ୍ମୀର ନିର୍ବାଚନ ପ୍ରଚାର ବେଳେ ସେ ଏହା କହିଛନ୍ତି । ଅମିତ ଶାହ କହିଛନ୍ତି ପ୍ରଥମ ଥର ପାଇଁ ଏଠାରେ ଭାରତର ସମ୍ବିଧାନ ଅନୁଯାୟୀ ନିର୍ବାଚନ ଅନୁଷ୍ଠିତ ହେଉଛି। ତେଣୁ ବିଜେପି ପ୍ରାର୍ଥୀଙ୍କୁ ଭୋଟ ଦେବାକୁ କହିଛନ୍ତି ଅମିତ ଶାହ । ପ୍ରଥମ ଥର ପାଇଁ ଜମ୍ମୁ କଶ୍ମୀରରେ କୌଣସି ପ୍ରତିବନ୍ଧକ ବିନା ନିର୍ବାଚନ ଅନୁଷ୍ଠିତ ହେଉଛି। ଏହାପୂର୍ବରୁ ଲୋକସଭା ନିର୍ବାଚନରେ ରେକର୍ଡ ୫୮ ପ୍ରତିଶତ ଲୋକ ଭୋଟ ଦେଇଥିଲେ। ବିରୋଧୀମାନେ ଯେଉଁ ପ୍ରତିଶ୍ରୁତି ଦେଉଛନ୍ତି ଯେ ଧାରା ୩୭୦ ରଦ୍ଦ ପୁଣି ଥରେ ଆସିବ ଏହା ଅସମ୍ଭବ । ପ୍ରଥମ ଥର ପାଇଁ ଜମ୍ମୁ କଶ୍ମୀରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେଉଛି। ଏଥର କିଏ ସରକାର ଗଠନ କରୁଛି ତାହା ଦେଖିବାକୁ ବାକି ରହିଲା ।