ନିଟ୍ ପରୀକ୍ଷାକୁ ନେଇ ବିବାଦ ଭିତରେ ଆଉ ଏକ ପରୀକ୍ଷା ବିବାଦରେ । ମଙ୍ଗଳବାର ହୋଇଥିବା ୟୁଜିସି-ନେଟ୍ ପରୀକ୍ଷାକୁ ରଦ୍ଦ କରିଛି କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ । ବର୍ତମାନ ଏହି ପରୀକ୍ଷା ପୁଣି ହେବ । ଏ ନେଇ ତାରିଖ ଶୀଘ୍ର ଘୋଷଣା ହେବ । ନ୍ୟାସନାଲ ଟେକ୍ସଟିଙ୍ଗ ଏଜେନ୍ସି, ଏନଟିଏ ଦ୍ୱାରା ଏହି ପରୀକ୍ଷାର ଆୟୋଜନ କରାଯାଇଥାଏ । ମଂଗଳବାର ଦେଶର ବିଭିନ୍ନ ସହରରେ ଏହି ୟୁଜିସି-ନେଟ ପରୀକ୍ଷା ହୋଇଥିଲା ।ଦୁଇଟି ସିଫ୍ଟରେ ଓଏମଆର ମୋଡରେ ପରୀକ୍ଷା ଆୟୋଜିତ ହୋଇଥିଲା । ପରୀକ୍ଷାରେ ଅନିୟମିତତା ହୋଇଥିବା ଅଭିଯୋଗ ହେବା ପରେ କେନ୍ଦ୍ର ଶିକ୍ଷାମନ୍ତ୍ରଣାଳୟ ପରୀକ୍ଷା ରଦ୍ଦ କରିବାକୁ ନିଷ୍ପତ୍ତି ନେଇଛି । ଏହି ପରୀକ୍ଷା କେବେ ତାହା ପରେ ଘୋଷଣା କରାଯିବ । ପରୀକ୍ଷା ଅନିୟମିତତାର ତଦନ୍ତ ସିବିଆଇ କରିବ । ଦେଶର ୩୧୭ ସହରର ୧୨୦୫ କେନ୍ଦ୍ରରେ ୟୁଜିସି-ନେଟ ପରୀକ୍ଷାର ଆୟୋଜନ କରାଯାଇଥିଲା । ୧୧ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେଇଥିଲେ । ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ବିବୃତିରେ କୁହାଯାଇଛି , ପରୀକ୍ଷାର୍ଥୀଙ୍କ ହିତ ପାଇଁ ସରକାର ପ୍ରତିଶ୍ରୃତିବଦ୍ଧ ।