ଲକ୍ଷ୍ନୌ ବିକାଶ ପ୍ରାଧିକରଣ(LDA) ପକ୍ଷରୁ ଏକ ପତ୍ର ଜାରି କରାଯାଇଥିଲା । ଏଥିରେ ଉଲ୍ଲେଖ ଥିଲା ନିର୍ମାଣସ୍ଥଳ ହୋଇଥିବାରୁ ଲୋକଙ୍କ ଯାତାୟତ ଉପରେ ପ୍ରତିବନ୍ଧକ । ତେବେ ଏହି ସମୟରେ ଜୟପ୍ରକାଶ ନାରାୟଣଙ୍କ ମୂର୍ତ୍ତି ନିକଟରେ ମାଲ୍ୟାପର୍ଣ କରିବାକୁ ପହଁଚିଲେ ଅଖିଳେଶ । ଜୟପ୍ରକାଶ ନାରାୟଣ ଇଣ୍ଟରନ୍ୟାସନାଲ ସେଣ୍ଟର(JPNIC) ଭିତରକୁ ଯିବାକୁ ଚାହିଁବାରୁ ଅଖିଳେଶଙ୍କୁ ରୋକିଥିଲେ ସୁରକ୍ଷାକର୍ମୀ । ତେବେ ଅଖିଳେଶ ଜୋରଜବରଦସ୍ତ ଭିତରକୁ ଯିବାକୁ ଚାହିଁଥିଲେ ।
ତାଙ୍କୁ ଅଟକାଇବା ପାଇଁ ଗେଟ ବନ୍ଦ ହୋଇଯାଇଥିଲା। ଅଖିଳେଶ ତାଙ୍କ ସମର୍ଥକଙ୍କ ସହ ପହଞ୍ଚିବା ପରେ ସେଠାରେ ଉପସ୍ଥିତ ଥିବା ସୁରକ୍ଷା କର୍ମୀମାନେ ତାଙ୍କୁ ଭିତରକୁ ଯିବାକୁ ଦେଇ ନ ଥିଲେ, ଏହି କାରଣରୁ ସେ ରାଗିଯାଇ ଫାଟକ ଭିତରକୁ ଡେଇଁପଡ଼ିବାକୁ ଉଦ୍ୟମ କରିଥିଲେ ।
ଜୟପ୍ରକାଶ ନାରାୟଣ ଜୟନ୍ତୀ ଅବସରରେ ସପା କାର୍ଯ୍ୟକର୍ତ୍ତା ଓ ନେତା ଏକତ୍ରିତ ହୋଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥାନ୍ତି। ମାତ୍ର ଏଥର ସରକାର କାହିଁକି ଆମକୁ ଏଥିରୁ ବଞ୍ଚିତ କରୁଛନ୍ତି।
ସୂଚନାଯୋଗ୍ୟ,