ମୋବାଇଲ୍ ରିଚାର୍ଜ ହେଲା ମହଙ୍ଗା । ପକେଟ୍ରୁ ଯିବ ଅଧିକ ଟଙ୍କା । ଦିନ ଥିଲା କମ ରିଚାର୍ଜ ପାଇଁ ଟେଲିକମ୍ କମ୍ପାନି ପ୍ରତିଯୋଗିତା କରୁଥିଲେ । କିନ୍ତୁ ଏବେ ସମୟ ବଦଳିଛି । କୋଟି କୋଟି ୟୁଜରଙ୍କ ପାଇଁ ଏବେ ରିଚାର୍ଜ କରିବା ମହଙ୍ଗା ହେବାରେ ଲାଗିଛି । ଦୁଇଦିନ ଭିତରେ ଦେଶର ତିନି ପ୍ରମୁଖ ଟେଲିକମ୍ କମ୍ପାନି ରିଲାଏନ୍ସ ଜିଓ, ଭାରତୀ ଏୟାରଟେଲ୍ ଓ ଭୋଡାଫୋନ୍ ଆଇଡିଆ ସେମାନଙ୍କ ଟାରିଫ୍ ବୃଦ୍ଧି କରିଛନ୍ତି। ପ୍ରଥମେ ଜିଓ ଏହାର ଟାରିଫ୍ ବଢ଼ାଇବା ପରେ ଏୟାରଟେଲ୍ ଓ ଭୋଡାଫୋନ୍ ଆଇଡିଆ ଟାରିଫ୍ ବଢ଼ାଇଛନ୍ତି। ଏହାକୁ ନେଇ ଟେଲିକମ ୟୁଜରମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହି ତିନି କମ୍ପାନିର ପଦକ୍ଷେପ ରାଜ୍ୟର ୨ କୋଟି ୮୩ ଲକ୍ଷ ୮୦ ହଜାର ୪୭୭ ଜଣ ମୋବାଇଲ୍ ଗ୍ରାହକଙ୍କୁ ପ୍ରଭାବିତ କରିବ ବୋଲି କୁହାଯାଉଛି । ଏବେ ପକେଟ୍ରୁ ଅଧିକ ଟଙ୍କା ଏଥିପାଇଁ ଆପଣଙ୍କୁ ଖର୍ଚ କରିବାକୁ ପଡ଼ିବ।ଚଳିତ ବର୍ଷ ଏପ୍ରିଲ୍ ଶେଷ ସୁଦ୍ଧା ରାଜ୍ୟର ମୋବାଇଲ୍ ଗ୍ରାହକ ସଂଖ୍ୟା ୩ କୋଟି ୩୭ ଲକ୍ଷ ୨୦ ହଜାର ୪୭୫ ରହିଛି।