ଇରାନ ପକ୍ଷରୁ ଇସ୍ରାଏଲ ଉପରେ ଆକ୍ରମଣ ନେଇ ରଣନୀତି କରୁଛି । ଏ ଯୁଦ୍ଧ କେତେ ଦୂର ଯିବ ତାହା ସମୟ କହିବ । ଇରାନର କ୍ଷେପଣାସ୍ତ୍ର ଆକ୍ରମଣ ପରେ ପଶ୍ଚିମ ଏସିଆରେ ଯୁଦ୍ଧ ସୃଷ୍ଟି ହୋଇଛି । ଭାରତ ଏହି ଦୁଇ ରାଷ୍ଟ୍ର ସହ ବନ୍ଧୁଭାବେ କାର୍ଯ୍ୟ କରୁଛି । ଇରାନ ସହ ବାଣିଜ୍ୟରେ ଦୀର୍ଘକାଳୀନ ବାଧା ଯୋଗୁ ଭାରତ କ୍ଷତି ସହିପାରେ ।
ମାଲ ପରିବହନରେ ସମସ୍ୟା ହେଲେ ଦରଦାମ ବୃଦ୍ଧି ହେବ । ଅନ୍ୟାନ୍ୟ ସାମଗ୍ରୀ ଦର ବହୁତ ଉଚ୍ଚସ୍ତରରେ ପହଞ୍ଚିପାରେ । ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଦିନକୁ ଦିନ ବଢୁଥିବା ବିବାଦ ବାଣିଜ୍ୟରେ ପ୍ରତିବନ୍ଧକ ସୃଷ୍ଟି କରିଛି। ୟେମେନରେ ହୁତି ବିଦ୍ରୋହୀଙ୍କ ସହ ହିଜବୁଲ୍ଲାର ଘନିଷ୍ଠ ସମ୍ପର୍କ ରହିଛି। ଆଗାମୀ ଦିନରେ ଇସ୍ରାଏ ତାର ବିରୋଧୀମାନଙ୍କୁ ହଟାଇବା ପାଇଁ ଛାୟା ଯୁଦ୍ଧ କରପାରେ ।