ରାମଙ୍କ ଚରିତ୍ରରେ ଅଭିନୟ କରୁଥିଲେ । ହାର୍ଟ ଆଟାକରେ ଚାଲିଗଲା ପ୍ରାଣ । ଏଭଳି ଘଟଣା ଘଟିଛି ଦିଲ୍ଲୀ ବିଶ୍ବକର୍ମା ନଗରରେ । ମୃତ ଅଭିନେତା ଜଣକ ହେଲେ ସୁଶୀଲ କୌଶିକ। ଭିଡିଓରେ ଦେଖିବାକୁ ମିଳିଛି ଯେ, ୪୫ ବର୍ଷୀୟ ସୁଶୀଲ କୌଶିକ ମଞ୍ଚରେ ରାମ ଭୂମିକାରେ ଅଭିନୟ କରୁଛନ୍ତି। ଡାଏଲଗଗୁଡିକ ମଧ୍ୟ ସଠିକ୍ ଭାବରେ କହୁଛନ୍ତି। ଏହି ସମୟରେ ତାଙ୍କ ସହିତ ମଞ୍ଚରେ ଅନ୍ୟ କଳାକାରମାନେ ମଧ୍ୟ ଉପସ୍ଥିତ ଅଛନ୍ତି। ଏତିକି ବେଳେ ହଠାତ୍ ସୁଶୀଲ ନିଜ ଛାତିରେ ହାତ ରଖି ମଞ୍ଚ ପଛପଟକୁ ଯାଉଥିବାର ନଜର ଆସିଛନ୍ତି। ଛାତିରେ ଯନ୍ତ୍ରଣା ହେବା ପରେ ସେ ଚେତାଶୂନ୍ୟ ହୋଇପଡିଥିଲେ। ଏହାପରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ସୁଶୀଲ ବିଶ୍ୱକର୍ମା ନଗର ଅଞ୍ଚଳର ବାସିନ୍ଦା। ସେ ପେଶାରେ ଜଣେ ପ୍ରପର୍ଟି ଡିଲର ଥିଲେ। ସେ ଭଗବନା ରାମଙ୍କ ଜଣେ ବଡ଼ ଭକ୍ତ ମଧ୍ୟ ଥିଲେ। ଏହି ଘଟଣା ପରେ ପୂରା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।
ଦିଲ୍ଲୀର ଶାହାଦରା ଅଞ୍ଚଳର ବିଶ୍ୱକର୍ମା ନାଗରରେ ଏହାକୁ ନେଇ ଶୋକ ଖେଳିଯାଇଛି । ରାମ ଭୂମିକାରେ ଅଭିନୟ କରୁଥିବା ଜଣେ ଅଭିନେତାଙ୍କ ଏଭଳି ହୃଦ୍ଘାତକୁ ନେଇ ଗଭୀର ଶୋକ ପ୍ରକାଶ ପାଇଛି । ଏହି ଘଟଣାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଯାହା ଭାଇରାଲ ହେବାରେ ଲାଗିଛି।