ଭୟଙ୍କର ଭୂସ୍ଖଳନ ପରେ ୱାୟନାଡରେ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ୫ଦିନରେ ଉଦ୍ଧାର କାର୍ଯ୍ୟ ପହଞ୍ଚିଥିବା ବେଳେ ଏପର୍ଯ୍ୟନ୍ତ ୩୪୪ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ୧୩ଶହ ଉଦ୍ଧାରକାରୀ ଉଦ୍ଧାର କାମରେ ଲାଗିଛନ୍ତି। ମାଟି ପାହାଡ ଭିତରୁ ଅଧିକରୁ ଅଧିକ ଶବ ମିଳିବାରେ ଲାଗିଛି। ଏବେ ବି ପ୍ରାୟ ୨୦୦ରୁ ଅଧିକ ଲୋକ ନିଖୋଜ ରହିଛନ୍ତି। ଭୂସ୍ଖଳନ ପରେ ଏନ୍ଡିଆର୍ଏଫ୍ ସମେତ ଏକାଧିକ ଏଜେନ୍ସି ମେପାଡି ନିକଟସ୍ଥ ପାହାଡ଼ିଆ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟରେ ଯୋଗ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟଙ୍କ ସହ ଏ ସଂକ୍ରାନ୍ତରେ କଥା ହୋଇଛନ୍ତି ଏବଂ ଏଲ୍ଡିଏଫ୍ ସରକାରଙ୍କୁ ସମସ୍ତ ସାହାଯ୍ୟ କରିବେ ବୋଲି ନିଶ୍ଚିତ କରିଛନ୍ତି। ଏଥିସହ ଦଳର କର୍ମୀମାନେ ଉଦ୍ଧାର କାର୍ଯ୍ୟରେ ସହାୟତା କରିବାକୁ ବିଜେପି ମୁଖ୍ୟ ଜେପି ନାଡାଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି କହିଛନ୍ତି