୨୦୨୧ ମସିହା ଡିସେମ୍ବର ୮ ତାରିଖରେ ଜେନେରାଲ୍ ରାୱତଙ୍କୁ ନେଇ ଯାଉଥିବା ବାୟୁସେନାର ଏମଆଇ-୧୭ଭି୫ ହେଲିକପ୍ଟର ତାମିଲନାଡୁର କୁନ୍ନୁରଠାରେ କ୍ରାଶ ହୋଇଥିଲା। ଏଥିରେ ସିଡିଏସ୍ ରାୱତ ଓ ତାଙ୍କ ପତ୍ନୀ ମଧୁଲିକାଙ୍କ ସମେତ ୧୪ ଜଣ ପ୍ରାଣ ହରାଇଥିଲେ । ଉକ୍ତ ରିପୋର୍ଟରେ CDS ବିପିନ ରାୱତଙ୍କ ହେଲିକପ୍ଟର ଦୁର୍ଘଟଣା ହେବାର କାରଣ ଉଲ୍ଲେଖ ଥିବା ବେଳେ ତାହା ମନୂଷ୍ୟକୃତ ବୋଲି ଉଲ୍ଲେଖ ଅଛି।
୧୩ତମ ଡିଫେନ୍ସ ପ୍ଲାନ୍ ପିରିୟଡ ମଧ୍ୟରେ ଘଟିଥିବା ବିମାନ ଦୁର୍ଘଟଣା ସମ୍ପର୍କରେ ଗତକାଲି ସଂସଦରେ ଷ୍ଟାଣ୍ଡିଂ କମିଟି ସମ୍ମୁଖରେ ରିପୋର୍ଟ ପ୍ରକାଶ ପାଇଥିଲା। ଏଥିରେ ସମୁଦାୟ ୩୪ଟି ଦୁର୍ଘଟଣା ତଥା ତାହାର କାରଣ ସମ୍ପର୍କରେ ଉଲ୍ଲେଖ କରାଯାଇଛି।