ଆନ୍ଧ୍ରପ୍ରଦେଶ ସରକାର ଲଡ଼ୁ ବିବାଦ ସାମ୍ନାକୁ ଆଣିବା ମନ୍ଦିରକୁ ଶୁଦ୍ଧ କରାଯିବା ସହ ମହାଶାନ୍ତି ହୋମ କରାଯାଇଛି । ଆଇଜିପି ସ୍ତରରେ ସମଗ୍ର ଘଟଣାର ଅନୁସନ୍ଧାନ ଚାଲିଛି । ମନ୍ଦିରର ପରିଚାଳନା କମିଟିରେ ଈଶ୍ୱରଙ୍କ ଉପରେ ବିଶ୍ୱାସ ଥିବା ଲୋକ ରହିବାକୁ ନିଷ୍ପତ୍ତି ହୋଇଛି। ଏହା ବ୍ୟତୀତ ସମସ୍ତ ମନ୍ଦିର ପାଇଁ SOP ପ୍ରସ୍ତୁତ କରାଯାଇଛି । ଲଡ଼ୁରେ ପଶୁ ଚର୍ବି ଓ ମାଛ ତେଲ ଏବଂ ଅପମିଶ୍ରିତ ଘିଅ ବ୍ୟବହାର କରାଯାଉଥିବା କଥା ସାମ୍ନାକୁ ଆସିବା ପରେ ସାରା ଦେଶରେ ଆସନ୍ତୋଷ ଜାରି ରହିଛି। ଏହାକୁ ନେଇ ରାଜନୀତି ମଧ୍ୟ ତୀବ୍ର ହେବାରେ ଲାଗିଛି। ଏହାରି ଭିତରେ ମହାଶାନ୍ତି ହୋମ ଆୟୋଜନ କରିଛି ତିରୁମାମଲା ତିରୁପତି ଦେବସ୍ଥାନମ୍।ଲଡୁ ପ୍ରସାଦ ବିବାଦ ପରେ ମନ୍ଦିର ଟ୍ରଷ୍ଟ ତଥା ଟିଟିଡି (ତିରୁମାଲା ତିରୁପତି ଦେବସ୍ଥାନମ୍) ଏହି ମହାଶାନ୍ତି ହୋମ ଆୟୋଜନ କରିଛି।