ଯୁଗ୍ମ ରୌପ୍ୟ ପଦକ ଦାବି କରି ଭାରତୀୟ କୁସ୍ତି ତାରକା ଭିନେଶ ଫୋଗଟ ସ୍ବିଜରଲାଣ୍ଡର ଲୁସାନେସ୍ଥିତ କୋର୍ଟ ଅଫ୍ ଆର୍ବିଟ୍ରେସନ୍ ଫର୍ ସ୍ପୋର୍ଟ (କାସ୍)ରେ କରିଥିବା ଅପିଲ ଖାରଜ ହୋଇଯାଇଛି। ମାମଲାର ଶୁଣାଣି କରୁଥିବା ‘କାସ୍’ର ଜଣିକିଆ ଅସ୍ଥାୟୀ ଖଣ୍ଡପୀଠ ବୁଧବାର ରାତିରେ ଧାଡ଼ିକିଆ ବିଜ୍ଞପ୍ତି ଜାରି କରି ଭିନେଶ ଫୋଗଟ ଅଗଷ୍ଟ ୭, ୨୦୨୪ରେ ଦାଖଲ କରିଥିବା ଆବଦନ ଖାରଜ କରାଗଲା ବୋଲି କହିଛନ୍ତି । ଭିନେଶ ସଂପ୍ରତି ପ୍ୟାରିସ୍ରେ ଅଛନ୍ତି। ଆବେଦନ ଖାରଜ ହେବା ପରେ ଭଙ୍ଗା ମନ ଓ ନିରାଶାର ସହ ଆସନ୍ତା ଦିନେ ଦୁଇ ଦିନ ଭିତରେ ସେ ସ୍ବଦେଶ ଫେରିବାର ସମ୍ଭାବନା ରହିଛି।