ମୋଦି ସରକାର ତୃତୀୟ ଥର ଆସିବା ପରେ ଦେଶରେ ଲାଗୁ ହେବ ନୂଆ ପୁଲିସ ଆଇନ । ନୂଆ ଆଇନ ଆସିବା ପରେ ଆଇପିସି, ସିଆରପିସି ଓ ଏଭିଡେନ୍ସ ଆକ୍ଟକୁ ହଟାଇ ଦିଆଯିବ। ଇଣ୍ଡିଆନ ପେନାଲ କୋଡ୍ ପରିବତ୍ତେ ଆସିବ ଭାରତୀୟ ନ୍ୟାୟ ସଂହିତା।ଜୁଲାଇ ପହିଲାରୁ ବ୍ରିଟିସ ଆଇନ ହଟିବ। ସାରା ଦେଶରେ ନୂଆ ପୁଲିସ ଆଇନ ଲାଗୁ ହେବ। ୧୮୬୦ ମସିହାରୁ ଚାଲିଥିବା ବ୍ରିଟସ ଆଇନକୁ ହଟାଇ ଦିଆଯିବ । ଏନେଇ ଗୃହମନ୍ତ୍ରାଳୟ ପକ୍ଷରୁ ସବୁ ଡିଜିପିଙ୍କ ସହ ଆଲୋଚନା କରାଯାଇଛି। ନୂଆ ଆଇନର କାର୍ଯ୍ୟକାରିତା ନେଇ ଆଲୋଚନା ହୋଇଛି।ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଅରୁଣ କୁମାର ଷଡ଼ଙ୍ଗୀ କହିଛନ୍ତି, ଆସନ୍ତା ଜୁଲାଇ ୧ ତାରିଖ ଠାରୁ ସାରା ଦେଶରେ ନୂଆ ପୁଲିସ ଆଇନ ଲାଗୁ ହେବ। ୧୮୬୦ ମସିହାରୁ ଚାଲିଥିବା ବ୍ରିଟିଶ ନିୟମ ଖୁବଶୀଘ୍ର ଉଠିଯିବ। ନୂଆ ଆଇନର କାର୍ଯ୍ୟକାରିତା ଉପରେ ବୈଠକରେ ଆଲୋଚନା ହୋଇଛି । ସବୁ ରାଜ୍ୟର ଡିଜିପି ଭିସି ଦ୍ୱାରା ବୈଠକରେ ସାମିଲ। ଫେବ୍ରୁଆରି ମାସରେ ଏ ନେଇ ବିଜ୍ଞପ୍ତି ଆସିଥିଲା। ଦେଶରୁ ହଟିବ ସିଆରପିସି, ଆଇପିସି ଓ ଏଭିଡ଼େନ୍ସ ଆକ୍ଟ। ଇଣ୍ଡିଆନ୍ ପେନାଲ୍ କୋଡ୍’ ପରିବର୍ତ୍ତେ ଆସିବ ‘ଭାରତୀୟ ନ୍ୟାୟ ସଂହିତା’, ‘କୋଡ୍ ଅଫ୍ କ୍ରିମିନାଲ୍ ପ୍ରୋସିଜିଓର’ ପରିବର୍ତ୍ତେ ଆସିବ ‘ଭାରତୀୟ ନାଗରିକ ସୁରକ୍ଷା ସଂହିତା’ ଏବଂ ‘ଇଣ୍ଡିଆନ୍ ଏଭିଡେନ୍ସ୍ ଆକ୍ଟ’ ପରିବର୍ତ୍ତେ ଆସିବ ‘ଭାରତୀୟ ସାକ୍ଷ୍ୟ’ ।