ତ୍ରିପୁରାରରେ ଗତ କିଛି ଦିନ ଧରି ଏକ ଆଶ୍ଚର୍ଯ୍ୟଜନକ ଖବର ସାମନାକୁ ଆସୁଛି । ବିଶ୍ବବିଦ୍ୟାଳୟରେ ଛାତ୍ରଙ୍କ ମଧ୍ୟରେ ଏଚଆଇଭି ବ୍ୟାପୁଛି । ରାଜ୍ୟରେ ବଢ଼ିବାରେ ଲାଗିଛି ଏଚଆଇଭି ସଂକ୍ରମିତଙ୍କ ସଂଖ୍ୟା । ବିଶେଷ କରି ରାଜ୍ୟରେ ୮୨୮ ଜଣ ଛାତ୍ର ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୪୭ ଜଣଙ୍କ ଜୀବନ ଯାଇଛି ବୋଲି ରିପୋର୍ଟ ପ୍ରକାଶ ପାଇଛି । ଯାହାକୁ ନେଇ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ଏହି ଖବର । ତେବେ ଏହାକୁ ନେଇ ତ୍ରିପୁରା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରତିକ୍ରିୟା ପ୍ରକାଶ ପାଇଛି । ତେବେ ଏହି ରିପୋର୍ଟ ବିଭ୍ରାନ୍ତିକର ବୋଲି କୁହାଯାଇଛି । କୁହାଯାଇଛି କି, ଏହି ସଂଖ୍ୟା ୨୦୦୭ରୁ ୨୦୨୪ର ରିପୋର୍ଟ ।