ଝାଡଖଣ୍ଡରେ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ସରିଛି । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୧୫ଟି ଜିଲ୍ଲାର ୪୩ ବିଧାନସଭା ଆସନରେ ଅପରାହ୍ନ ୫ଟା ପର୍ଯ୍ୟନ୍ତ ମତଦାନ କରାଯାଇଥିଲା।
ପ୍ରଥମ ପର୍ଯ୍ୟାୟ ଭୋଟ୍ ସହିତ, ଏହି ପର୍ଯ୍ୟାୟରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ସମସ୍ତ ୬୮୩ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍ରେ ସିଲ୍ ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ, ସ୍ୱାସ୍ଥ୍ୟମନ୍ତ୍ରୀ ବନ୍ନା ଗୁପ୍ତା, ରାଜ୍ୟସଭା ସାଂସଦ ମହୁଆ ମାଜି, ପୂର୍ବତନ ମୁଖ୍ୟମନ୍ତ୍ରୀ ମଧୁ କୋଡାଙ୍କ ପତ୍ନୀ ଗୀତା କୋଡା ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କ ବୋହୂ ପୂର୍ଣ୍ଣିମା ଦାସଙ୍କ ପରି ରାଜନୈତିକ ଭାଗ୍ୟ ଇଭିଏମ୍ରେ ସିଲ୍ ହୋଇଛି।
ସେପଟେ ଦ୍ବିତୀୟ ପ୍ରର୍ଯାୟ ପାଇଁ ପ୍ରଚାର ଚାଲିଥିବା ବେଳେ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ପ୍ରଚାର ପାଇଁ ଯାଇଥିବା ବିଜେପି ନେତା ତଥା ସୁପରଷ୍ଟାର ମିଥୁନ ଚକ୍ରବର୍ତ୍ତୀଙ୍କ ପକେଟମାର୍ ହୋଇଛି।
ମିଥୁନ ପ୍ରଚାର କରିବାକୁ ପହଞ୍ଚିଥିବା ମଞ୍ଚରୁ ତାଙ୍କ ପର୍ସ ଚୋରି ହୋଇଥିବା ଜଣାପଡିଛି । ସୁରକ୍ଷା ମଧ୍ୟରେ ଥିବା ମିଥୁନଙ୍କ ପର୍ସ କିଏ ନେଲା ତାକୁ ନେଇ ଚର୍ଚ୍ଚା ଜୋର ଧରିଛି ।