ଓ୍ବାନ ନେସନ ଓ୍ବାନ ଇଲେକସନକୁ କ୍ୟାବିନେଟ ମଂଜୁରି । କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରାଳୟ ଏବଂ ଏକ ଉଚ୍ଚସ୍ତରୀୟ କମିଟି ନିକଟରେ ଦାଖଲ ହୋଇଥିବା ଏହି ରିପୋର୍ଟକୁ ସରକାର ଗ୍ରହଣ କରିଛନ୍ତି । ଓ୍ବାନ ନେସନ ଓ୍ବାନ ଇଲେକସନ ଲାଗି କମିଟିର ନେତୃତ୍ବ ନେଇଥିଲେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଗତବର୍ଷ ସେପ୍ଟେମ୍ବରରେ ଗଠିତ ହୋଇଥିଲା ଏହି କମିଟି । କମିଟି କହିବା ଅନୁସାରେ ପ୍ରତ୍ୟେକ ନିର୍ବାଚନ ଆୟୋଜନ କରିବାରେ ବହୁତ ଆର୍ଥିକ ବ୍ୟୟ ହୁଏ। ତାହା ହେବ ନାହିଁ । ବ୍ୟୟ କମିବ । ଲକ୍ଷ ଲକ୍ଷ କୋଟି ଖର୍ଚ ହେଉଛି ନିର୍ବାଚନରେ । କଳାବଜାରୀ ରୋକିବ । ବିଭିନ୍ନ ନିର୍ବାଚନ ଗୋଟିଏ ଧାରାରେ କରାଗଲେ ରାଜ୍ୟ ଓ କେନ୍ଦ୍ର ସରକାର କାମ କରିବାକୁ ଅଧିକ ସମୟ ପାଇବେ । ନିର୍ବାଚନ ପାଇଁ ସମୟ ନଷ୍ଟ ହେଉଛି । ଲୋକସଭା ଓ ବିଧାନସଭା ନିର୍ବାଚନରେ ସମାଜରେ ମତ ବିଭାଜନ ହେଉଛି ହିଂସା ଅଧିକ ହେଉଛି । ସମୟରେ ନିର୍ବାଚନ ହେବାରୁ ପ୍ରଶାସନ କର୍ମଚାରୀମାନଙ୍କୁ ବାରମ୍ବାର ନିର୍ବାଚନୀ କାର୍ଯ୍ୟରେ ଲାଗିବାକୁ ପଡେ। ଶିକ୍ଷାଦାନ ବ୍ୟାହନ ହୁଏ । ଏକିକୃତ ନିର୍ବାଚନ କରିଲେ ଏହି ପ୍ରକ୍ରିୟା ସହଜ ହୋଇ ପ୍ରଶାସନୀକ ସାମର୍ଥ୍ୟରେ ବୃଦ୍ଧି ଆସିବ। ତେବେ ବିରୋଧ କହିବା କଥା ଲୋକସଭା ଓ ବିଧାନସଭା ନିର୍ବାଚନ ହେଲେ, ଜଣସାଧାରଣର ଧ୍ୟାନ କେନ୍ଦ୍ର ସରକାର ଉପରେ ଅଧିକ ରହିପାରେ ଓ ସ୍ଥାନୀୟ ନିର୍ବାଚନୀ ମୁଦ୍ଦାଗୁଡ଼ିକ ଅବହେଳିତ ହୋଇପାରେ। ରାଜ୍ୟ ଓ କେନ୍ଦ୍ରର ନିର୍ବାଚନ ଏକେ ସମୟରେ ହେବା ନିମନ୍ତେ ବିଭିନ୍ନ ସାଂବିଧାନିକ ପରିବର୍ତ୍ତନ ଆବଶ୍ୟକ। ଏହା ସମ୍ବିଧାନର ମୂଳ ଧାରାକୁ ପ୍ରଭାବିତ କରିପାରେ ଓ ବିଭିନ୍ନ ରାଜ୍ୟର ସ୍ଵାଧୀନତାକୁ ବି ଚାପ ଦେଇପାରେ। ରାଜ୍ୟର ସ୍ୱତନ୍ତ୍ର ରାଜନୀତିକ ଚର୍ଚ୍ଚାକୁ ଶିଥିଳ କରିପାରେ।