ମୁମ୍ବାଇ: ହିଟ୍ ଆଣ୍ଡ୍ ରନ୍ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଦୋଷୀଙ୍କୁ ଛଡ଼ାଯିବନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ । ଶିବସେନା ନେତାଙ୍କ ପୁଅଙ୍କ ବିଏମଡବ୍ଲୁ କାର ଧକ୍କାରେ ମୁମ୍ବାଇରେ ଜଣେ ମହିଳାଙ୍କ ମୃତ୍ୟୁ ହେବାର ଗୋଟିଏ ଦିନ ପରେ ରାଜନୀତି ସରଗରମ ହେଉଥିବାରୁ ସେ ଏପରି କହିଛନ୍ତି । ଏନେଇ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ। ଶିବସେନା ନେତା ରାଜେଶ ଶାହାଙ୍କ ପୁଅ ମିହିର ଶାହାଙ୍କ ବିରୋଧରେ ହିଟ୍ ଆଣ୍ଡ୍ ରନ୍ ମାମଲା ଲାଗିଥିବା ବେଳେ ଏକନାଥ ସିନ୍ଦେ କହିଛନ୍ତି, ‘‘ମୁଁ ମୁଖ୍ୟମନ୍ତ୍ରୀ ଥିବା ଭିତରେ କାହାକୁ ବି କୋହଳ ମିଳିବ ନାହିଁ’’। ଯେତେ ବଡ଼ ନେତା ହୁଅନ୍ତୁ ପଛେ ଆଇନ ସମସ୍ତଙ୍କ ପାଇଁ ସମାନ ବୋଲି କହିଛନ୍ତି ଏକନାଥ