ଓଡ଼ିଶାରେ ବିଜେପି ସରକାର ଗଢିବ ବୋଲି ବିଜୟପାଲ ସିଂ ତୋମାର କହିଛନ୍ତି । ବିଜେପି ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମାର ଆଜି ରାଉରକେଲାରେ ପହଞ୍ଚି ଏଭଳି କହିଛନ୍ତି। ସେ ସୁନ୍ଦରଗଡ଼ ସାତ ବିଧାନସଭା ଓ ଲୋକସଭା ଆସନ ଲାଗି ନିର୍ବାଚନ ରଣନୀତି ପ୍ରସ୍ତୁତ କରିବା ପାଇଁ ଯାଇଛନ୍ତି । ପଶ୍ଚିମ ଓଡ଼ିଶାରେ ବିଜେପି ଭଲ ପ୍ରଦର୍ଶନ କରିଆସୁଥିବାରୁ ବିଜେପି ଏଠାରୁ ଭଲ ଫଳ ଆଶା ରଖିଛି । ବୈଠକରେ ଲୋକସଭା ସାଂସଦ ପ୍ରାର୍ଥୀ ଜୁଏଲ ଓରାମଙ୍କ ସମେତ ଛଅ ବିଧାନସଭା ପ୍ରାର୍ଥୀ ଉପସ୍ଥିତ ଅଛନ୍ତି।ବିଜୟପାଲ ସିଂ ତୋମାର କହିଛନ୍ତି, ୨୦ ପୂର୍ବରୁ ଦଳ ସବୁ ଆସନରେ ପ୍ରାର୍ଥୀ ଘୋଷଣା କରିବ । ସବୁ ସ୍ଥାନରେ ଏଭଳି ପ୍ରାର୍ଥୀ ଦିଆଯାଉଛି ଯେ ଯେଭଳି ଏଥର ପୁଣି କେନ୍ଦ୍ରରେ ବିଜେପି ସରକାର ଆସିବ ଏବଂ ରାଜ୍ୟରେ ମଧ୍ୟ ବିଜେପି ସରକାର ଗଢିବ ବୋଲି ପ୍ରଭାରୀ ତୋମାର କହିଛନ୍ତି । ଏଥର ସୁନ୍ଦରଗଡ଼ରେ ଲୋକସଭା ଏବଂ ବିଧାନସଭାର ସମସ୍ତ ସିଟରେ ବିଜେପି ବିଜୟ ଲାଭ କରିବ ବୋଲି ତୋମାର ଦୃଢୋକ୍ତି ପ୍ରକାଶ କରିଛନ୍ତି ।