<h4>କେନ୍ଦ୍ରାପଡ଼ାରେ ଜିତିବ କିଏ? ବିଜେପି ଓ ବିଜେଡି ମଧ୍ୟରେ ଟକ୍କର ହେବ ବୋଲି ଚର୍ଚା ହେଉଛି । ଏଥର ବିଜେଡିର ଅଂଶୁମାନଙ୍କ ସହ ବିଜେପିର ବୈଜୟନ୍ତଙ୍କ ହେବ ଲଢ଼େଇ ।</h4> <h4>https://www.youtube.com/watch?v=3GX1I937zXQ&t=5s</h4> https://www.youtube.com/watch?v=3GX1I937zXQ&t=5s <h4></h4> <h4>ସେପଟେ ଜମିଛି ବିଜେପିର ପ୍ରଚାର। ଆଳିରେ ପ୍ରଚାରର ମଙ୍ଗ ଧରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା। ଏହି ଅବସରରେ ଶ୍ରୀ ପଣ୍ଡା କହିଛନ୍ତି, କେନ୍ଦ୍ରାପଡ଼ାରେ ଗତ ୫ ବର୍ଷ ଧରି ବିକାଶର ଧାରା ଅଟକି ଯାଇଛି। ଏହାକୁ ପୁଣି ସଚଳ କରିବାକୁ ହେବ। ତେଣୁ ଓଡ଼ିଶାରେ ଡବଲ୍ ଇଞ୍ଜିନ ସରକାର ଦରକାର ବୋଲି କହିଛନ୍ତି ବୈଜୟନ୍ତ। କେନ୍ଦ୍ରାପଡ଼ା ସଦାବେଳେ ଦେଖିଛି ବିଗ୍ ଫାଇଟ୍ ।ରାଜ୍ୟ ରାଜନୀତିରେ ଏହି ଆସନରେ ହେଭିଓ୍ବେଟଙ୍କ ଲଢ଼େଇ ହୋଇଛି । କଂଗ୍ରେସ ଛାଡ଼ି ବିଜେଡିରେ ମିଶିଥିବା ରାଜନଗରର ଟାଣୁଆ ନେତା ହେଉଛନ୍ତି ଅଂଶୁମାନ ମହାନ୍ତି । ଅଂଶୁମାନ ମହାନ୍ତି ହେଉଛନ୍ତି ନଳୀନି ମହାନ୍ତିଙ୍କ ପୁଅ । ୨୦୦୯ ଏବଂ ୨୦୧୪ରେ ବିଜେଡି ଟିକେଟ୍ରେ ସାଂସଦ ହୋଇଥିଲେ ବୈଜୟନ୍ତ ପଣ୍ଡା । ୨୦୧୯ରେ ସେ ବିଜେପିରୁ ପ୍ରାର୍ଥୀ ହୋଇ ହାରିଥିଲେ । 2019ରେ ଅନୁଭବ ମହାନ୍ତି ଙ୍କୁ ମିଳିଥିଲା 6 ଲକ୍ଷ 28 ହଜାର ଭୋଟ । ବୈଜୟନ୍ତ ପଣ୍ଡାଙ୍କୁ ମିଳିଥିଲା 4 ଲକ୍ଷ 76 ହଜାର ଭୋଟ ।</h4>