ଶ୍ରୀମନ୍ଦିର ଭିତରକୁ ଗଲେ ରତ୍ନଭଣ୍ଡାରକୁ ଯିବାକୁ ଥିବା ସଦସ୍ୟ। ଚାବିରେ ଖୋଲିଲାନି ରତ୍ନଭଣ୍ଡାର ତାଲା, ତାଲାକୁ ଭାଙ୍ଗିଛନ୍ତି ଟିମ୍ । ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଚାବି ଭାଙ୍ଗି ଏହା ଭିତରେ ଟିମ୍ ପ୍ରବେଶ କରିଛି । ୧୫ ଜଣିଆ ଟିମ୍ ସ୍ଥିତି ଅନୁଧ୍ୟାନ କରୁଛନ୍ତି । ତେବେ ବାହାର ରତ୍ନଭଣ୍ଡାରରେ ଥିବା ଅଳଙ୍କାରକୁ ସିନ୍ଦୁକରେ ରଖାଯାଉଛି । ରତ୍ନ ସବୁକୁ ସାଇତିବା ପାଇଁ ୬ଟି ସିନ୍ଦୁକକୁ ମଧ୍ୟ ମନ୍ଦିର ଭିତରକୁ ନିଆଯାଇଛି ।ରତ୍ନଭଣ୍ଡାର ଖୋଲିବା ନେଇ ଟ୍ୱିଟ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସୋସିଆଲ୍ ମିଡିଆ ଏକ୍ସରେ ଟ୍ୱିଟ୍ କରି ଲେଖିଛନ୍ତି, ହେ ମହାପ୍ରଭୁ ତୁମେ ଲୀଳାମୟ । ତୁମ ଇଚ୍ଛାରେ ୪୬ ବର୍ଷ ପରେ ରତ୍ନଭଣ୍ଡାର ଖୋଲାଗଲା । ଏହି ମହାନ କାର୍ଯ୍ୟ ସଫଳ ହେବ ମୋର ବିଶ୍ୱାସ । ତୁମ ଇଚ୍ଛାରେ ଓଡିଆ ଜାତି ଆଜି ଆଗକୁ ବଢୁଛି । ଅସ୍ମିତାର ପରିଚୟକୁ ନେଇ ଆଗକୁ ବଢୁଛି ।