ଜମ୍ମୁ: ଗତ କିଛି ଦିନ ଧରି ଜମ୍ମୁକାଶ୍ମୀରରେ ଆତଙ୍କବାଦୀମାନେ ମାତିଛନ୍ତି । ସେନା ଉପରକୁ ଅତର୍କିତ ଆକ୍ରମଣ କରୁଛନ୍ତି । କଠୁଆରେ ସେନା ଗାଡ଼ିକୁ ଆତଙ୍କୀ ଆକ୍ରମଣ କରିବା ଫଳରେ ୪ଜଣ ଯବାନ ସହିଦ ହୋଇଛନ୍ତି । ଗୁଳିବିନିମୟରେ ୬ଜଣ ଆହତ ହୋଇଥିବା ଜଣାପଡ଼ିଛି । କିଛିମାସ ହେବ ସେନାର ଗାଡ଼ି ଉପରକୁ ଟାର୍ଗେଟ୍ କରୁଛନ୍ତି ଆତଙ୍କୀ । ଆଉ ଆଜିର ଆକ୍ରମଣରେ ୪ ଯବାନ ଗୁରୁତର ସହିତ ହୋଇଛନ୍ତି । ଗତ କିଛି ଦିନ ଧରି ଘାଟିରେ ସେନା ଓ ଆତଙ୍କୀବାଦୀ ମଧ୍ୟରେ ଗୁଳିବିନିମୟ ଜାରି ରହିଛି । ଏହିକ୍ରମରେ କଠୁଆ ଜିଲ୍ଲାର ଭିଲୱାରା ନିକଟରେ ସେନା ଗାଡି ଉପରକୁ ଫାଇରିଂ କରିଥିଲେ ଆତଙ୍କବାଦୀ । ସେପଟେ ଗତ ଦୁଇ ଦିନ ହେବ କଶ୍ମୀରରେ ସେନା ପକ୍ଷରୁ ସର୍ଚ୍ଚ ଓ ଆତଙ୍କୀ ନିପାତ ଅଭିଯାନକୁ ଜୋରଦାର କରାଯାଇଛି । ୨ ଦିନ ଭିତରେ କୁଲଗାମରେ ଲୁଚି ରହିଥିବା ୬ ଜଣ ଆତଙ୍କବାଦୀଙ୍କୁ ନିପାତ କରାଯାଇଥିବା ସେନା ପକ୍ଷରୁ କୁହାଯାଇଛି ।