ଭୁବନେଶ୍ୱର : ବିପର୍ଯ୍ୟୟ ପରିଚାଳନା, ଖାଦ୍ଯ ନିରାପତ୍ତା, ଫାଇଭ-ଟି ପ୍ରଶାସନିକ ବ୍ଯବସ୍ଥା, ମାନବ ବିକାଶ ସୂଚୀ ଓ ମିଲେଟ ମିଶନ ନେଇ ମୁଖ୍ଯମନ୍ତ୍ରୀଙ୍କୁ ପ୍ରଶଂସାରେ ପୋତିଲେ ଜାତିସଂଘ ରେସିଡେଣ୍ଟ କୋଅର୍ଡିନେଟର। ଓଡ଼ିଶା ଗସ୍ତରେ ଆସିଥିବା ଜାତିସଂଘ ରେସିଡେଣ୍ଟ କୋଅର୍ଡିନେଟର ଶୋମ୍ବି ସାର୍ପ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ଭେଟିଥିଲେ। ଓଡିଶାର ବିକାଶ ମାର୍ଗ, ଜାତିସଂଘର ବିଭିନ୍ନ ସଂସ୍ଥା ସହ ସହଭାଗିତା ସମ୍ପର୍କରେ ସେ ଆଲୋଚନା କରିଥିଲେ। ଓଡ଼ିଶା ସରକାରଙ୍କ ସହ ଜାତିସଂଘର ସଫଳ ସହଭାଗିତା ସମ୍ପର୍କରେ ସେ ଉଲ୍ଲେଖ କରିଥିଲେ।