ବିଜେଡି ସରକାର ସମୟରେ ରାଜ୍ୟରେ ହୋଇଥିବା ସବୁ ଚର୍ଚ୍ଚିତ ହତ୍ୟାକାଣ୍ଡ ମାମଲାର ପୁନଃ ତଦନ୍ତ ହେବ। ପୂର୍ବତନ ମନ୍ତ୍ରୀ ନବ ଦାସ, ମମିତା ମେହେର, ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ହତ୍ୟାକାଣ୍ଡ ଘଟଣା ନୁହେଁ, ବରଂ ସମସ୍ତ ହାଇପ୍ରୋଫାଲ ହତ୍ୟାକାଣ୍ଡ ମାମଲାର ପୁନଃ ତଦନ୍ତ କରାଯିବ ବୋଲି ସରକାର କହୁଛନ୍ତି । ବିଶେଷ କରି ନବଦାସଙ୍କ ହତ୍ୟାକାଣ୍ଡର ଆଜି ପର୍ଯ୍ୟନ୍ତ ନିଷ୍କର୍ସ ବାହାରି ପାରିନି, ତାର ନିଷ୍କର୍ସ ବାହାରିବା ଯାଏଁ ପଦକ୍ଷେପ ନିଆଯିବ।