ନୂଆଦିଲ୍ଲୀ: ଜାମ୍ମୁକାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଜମ୍ମୁ-କଶ୍ମୀରରେ ଆଉ କିଛି ସମୟ ପରେ ଜଣାପଡିବ କିଏ ଗଢ଼ିବ ସରକାର । ଏହି କେନ୍ଦ୍ର ଶାସିତ ପ୍ରଦେଶରେ ୧୦ ବର୍ଷ ପରେ ନିର୍ବାଚନ ଅନୁଷ୍ଠିତ ହେଉଥିବା ବେଳେ ୯୦ ସିଟ୍ରେ ହେଉଛି ଲଢ଼େଇ । ଏଥର ମଇଦାନକୁ ଓମର ଅବଦୁଲ୍ଲା, ରବୀନ୍ଦ୍ର ସୈନୀ, ଇଲତିଜା ମୁଫତିଙ୍କ ପରି ଆଗ ଧାଡ଼ିର ନେତା ମୁଖ୍ୟମନ୍ତ୍ରୀ ରେସରେ ଅଛନ୍ତି ।
ସେପଟେ ହରିୟାଣା ଓ ଜମ୍ମୁ ଓ କଶ୍ମୀରରେ ହୋଇଥିବା ନିର୍ବାଚନର ଭୋଟ ଗଣତି ପ୍ରାରମ୍ଭିକ ଟ୍ରେଣ୍ଡ ସାମ୍ନାକୁ ଆସିଛି। ଏଥିରେ କଂଗ୍ରେସ ଆଗରେ ରହିଛି। ଅପରପକ୍ଷରେ ଜମ୍ମୁ ଓ କଶ୍ମୀରରେ ବିଜେପି ଓ ଇଣ୍ଡି ମେଣ୍ଟ ମଧ୍ୟରେ କଡ଼ା ଟକ୍କର ଚାଲିଛି। ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଥିଲା। ସକାଳ 9ଟା ଭିତରେ କଂଗ୍ରେସ ଆଗରେ ରହିଛି । ତେବେ କେତ ଆସନରେ କିଏ ଜିତିବ ତାହା ଆଉ କିଛି ସମୟ ପରେ ଜଣାପଡ଼ିବ ।
ଓମର ଅବଦୁଲ୍ଲା ଗାନ୍ଦେରବଲ ଓ ବଡ଼ଗାମରୁ ମଇଦାନକୁ ଓହ୍ଲାଇଛନ୍ତି। ଗାନ୍ଦେରବଲ ହେଉଛି ନ୍ୟାସନାଲ କନଫରେନ୍ସର ଗଡ଼। ଏଠାରେ ଅବଦୁଲ୍ଲା ପରିବାରର ୩ ପିଢ଼ିଙ୍କୁ ଲୋକମାନେ ନିର୍ବାଚିତ କରି ଆସୁଛନ୍ତି। ଚଳିତ ନିର୍ବାଚନରେ ବି ଏଠାରୁ ଓମାର ଅବଦୁଲ୍ଲା ଆଗରେ ଅଛନ୍ତି ଓ ନିଜ ବିଜୟକୁ ନେଇ ଦୃଢ ଆଶାବାଦୀ ଥିବା ପ୍ରକାଶ କରିଛନ୍ତି ।
ପିଡିପି ମୁଖ୍ୟ ମେହବୁବା ମୁଫତି ଏଥର ନିଜେ ନିର୍ବାଚନଠୁ ଦୂରେଇ ଯାଇଥିବା ବେଳେ ତାଙ୍କ ଝିଅ ଶ୍ରୀଗୁଫବାରା- ବିଜବେହାରା ସିଟ୍ରୁ ମଇଦାନକୁ ଓହ୍ଲାଇଛନ୍ତି। ବିଜେପିର ପ୍ରଦେଶ ଅଧ୍ୟକ୍ଷ ରବୀନ୍ଦ୍ର ସୈନୀ ନୌଶୋରା ସିଟ୍ରୁ ପ୍ରାର୍ଥୀ ହୋଇଛନ୍ତି। ତେବେ ପ୍ରାରମ୍ଭିକ ଟ୍ରେଣ୍ଟରେ କଂଗ୍ରେସ-ଏନସିପି ମେଣ୍ଟ ଆଗୁଆ ରହିଛି ।