ଏମପକ୍ସ ଜରୁରୀ ପରିସ୍ଥିତି ଘୋଷଣା କଲା ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ । ଆଫ୍ରିକୀୟ ଦେଶରେ ବ୍ୟାପୀଥିବା ଏହି ପ୍ରାଣଘାତୀ ରୋଗ ଆଫ୍ରିକା ପରେ ଏସିଆରେ ପ୍ରବେଶ କରିଛି । କଙ୍ଗୋରେ ଚିହ୍ନଟ ହୋଇଥିବା ସଂକ୍ରାମକ ରୋଗ ‘ଏମପକ୍ସ’ ଏବେ ପାକିସ୍ତାନରେ ବ୍ୟାପିବା ଆରମ୍ଭ ହୋଇଛି। ଶହ ଶହ ଲୋକଙ୍କ ଠାରୁ ଅନ୍ୟ ଲୋକଙ୍କୁ ବ୍ୟାପୁଛି ଏହି ରୋଗ । କଙ୍ଗୋ ଯାଇଥିବା ସ୍ଵିଡେନର ଜଣେ ନାଗରିକ ଏହି ସଂକ୍ରାମକ ରୋଗରେ ଆକ୍ରାନ୍ତ ହେବା ପରେ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ଏହାକୁ ନେଇ ଚେତାବନୀ ଜାରି କରିଥିଲା। ଏହି ରୋଗ ସାରା ବିଶ୍ଵରେ ସ୍ଵାସ୍ଥ୍ୟ କ୍ଷେତ୍ରରେ ଜରୁରୀ ପରିସ୍ଥିତି ସୃଷ୍ଟି କରିବ ବୋଲି ଡବ୍ଲୁଏଚଓ ପକ୍ଷରୁ ଘୋଷଣା କରାଯାଇଥିଲା। ଏହାର ଦିନକ ପରେ ପାକିସ୍ତାନରେ ଏହି ସଂକ୍ରାମକ ରୋଗ ଦେଖିବାକୁ ମିଳିଛି । ତେବେ ସତର୍କ ରହିଲେ ଭଲ । ପ୍ରଥମଟି ହେଉଛି ସଂକ୍ରମିତ ବ୍ୟକ୍ତିଙ୍କ ସହିତ ଘନିଷ୍ଠ, ବ୍ୟକ୍ତିଗତ ଯୋଗାଯୋଗ କରନ୍ତୁ ନାହିଁ, ଏହା ଚର୍ମରୁ ଚର୍ମକୁ , ଲାଳ କିମ୍ବା ଶ୍ବାସ ସହିତ ବ୍ୟାପି ପାରେ । ଦ୍ୱିତୀୟଟି ହେଉଛି ସାମଗ୍ରୀ ସହିତ ଯୋଗାଯୋଗ ମାଧ୍ୟମରେ ବ୍ୟାପିପାରେ । ଏବଂ ତୃତୀୟଟି ହେଉଛି ସଂକ୍ରମିତ ପ୍ରାଣୀମାନଙ୍କ ସହିତ ମିଶିଲେ ବ୍ୟାପିବାର ସଂଭାବନା ରହିଛି । ପ୍ରାଣିମାନଙ୍କ ଲାଳ, କାମୁଡ଼ିବା କିମ୍ବା ସ୍କ୍ରାଚ୍ କରିବା ବେଳେ ଆପଣ ସଂକ୍ରମିତ ହୋଇପାରନ୍ତି । ଆଜିକାଲି ବାହାରେ ବୁଲିବା ବେଳେ, ମେଡିକାଲ ଗଲେ ସ୍ବାସ୍ଥ୍ୟକୁ ନେଇ ଯତ୍ନ ରହିବା ନିହାତି ଜରୁରୀ ।