ଭୁବନେଶ୍ବର: କଲବଲ କରୁଛି ତାତି । ସକାଳୁ ଆରମ୍ଭ ହୋଇଗଲାଣି ଅସହ୍ୟ ତାତି । ଅସମ୍ଭାଳ ତାତିରେ ଜନଜୀବନ ଅସ୍ତବ୍ୟସ୍ତ । ସକାଳ ସାଢେ ୮ଟା ସୁଦ୍ଧା ତାଳଚେରର ତାପମାତ୍ରା ୩୫ ଡିଗ୍ରୀ ରହିଥିବା ବେଳେ ଭବାନୀପାଟଣା ୩୪.୫, ଟିଟିଲାଗଡ ୩୩.୪ ଡିଗ୍ରୀ, ଝାରସୁଗୁଡା ଓ ବାରିପଦା ୩୩ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ବାଲେଶ୍ୱର ୩୨.୨, ଭୁବନେଶ୍ୱର ୩୧.୮ ଡିଗ୍ରୀ ତାପମାତ୍ରା ରହିଛି । ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଉଥିବା ବେଳେ ଅସହ୍ୟ ତାତିରେ ଆଉଟ ପାଉଟୁ ହେଉଛନ୍ତି ଲୋକେ । ପାଣିପାଗ ବିଭାଗ ଚେତାଇ ଦେଇଛି, ଗୁରୁବାର ଭଳି ଶୁକ୍ରବାର ବି ସିଭିୟର ହିଟ୍ ୱେଭ୍ (ସାଂଘାତିକ ଗ୍ରୀଷ୍ମ ଲହରୀ) ଅନୁଭୂତ ହେବ। କଟକ, ଖୋର୍ଦ୍ଧା, ନୟାଗଡ଼, ମୟୂରଭଞ୍ଜ, ଅନୁଗୁଳ ଓ ବୌଦ୍ଧ ଜିଲ୍ଲାରେ ସିଭିୟର ହିଟ୍ ୱେଭ୍ ଆଶଙ୍କା ଅଛି।