ନୂଆଦିଲ୍ଲୀ: ନିର୍ବାଚନ ପୂର୍ବରୁ ବିଜେପି ତାର ନିର୍ବାଚନ ଇସ୍ତାହାର ପ୍ରକାଶ କରିଛି । ଭାରତୀୟ ଜନତା ପାର୍ଟି (ବିଜେପି) ଲୋକସଭା ନିର୍ବାଚନ ୨୦୨୪ ପାଇଁ ନିଜର ଇସ୍ତାହାରରେ ଅନେକ ପ୍ରତିଶ୍ରୁତି ଦେଇଛି । ବିଜେପିର ସଙ୍କଳ୍ନ ପତ୍ର, ଜ୍ଞାନ ଏବଂ ମୋଦୀଙ୍କ ଗ୍ୟାରେଣ୍ଟି ନାମରେ ନାମିତ କରିଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ଥିଲେ। ସଂକଳ୍ପ ପତ୍ର ଉନ୍ମୋଚନ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ସମ୍ବୋଧନ କରି କହିଥିଲେ ଯେ ଆଜିର ଦିନ ଅତ୍ୟନ୍ତ ଶୁଭ, ଅନେକ ରାଜ୍ୟରେ ନବବର୍ଷ ପାଳନ ହେଉଛି । ଓଡ଼ିଶାରେ ପଣା ସଂକ୍ରାନ୍ତି ପାଳନ ହେଉଛି । ଏଭଳି ଶୁଭ ଦିନରେ ବିଜେପି ସଂକଳ୍ପ ପତ୍ର ଜାରି କରିଛି । ସଂକଳ୍ପ ପତ୍ରରେ ବିଜେପି କହିଛି । ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ସଂକଳ୍ପ ପୂରଣ କରିବୁ । ଗରିବଙ୍କୁ ଲୁଟୁଥିବା ଲୋକ ଜେଲ ଯାଉଛନ୍ତି । ଦୁର୍ନୀତିଗ୍ରସ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଜାରି ରହିବ । ଅଲିମ୍ପିକ୍ସ ଆୟୋଜନ ପାଇଁ ଭାରତ ପ୍ରସ୍ତୁତ ଥିବା କହିଲେ ମୋଦି । ସଂକଳ୍ପ ପୂରଣ ପାଇଁ ଆମକୁ ଆଶୀର୍ବାଦ ଦିଅନ୍ତୁ । ମାଗଣା ରାସନ ଯୋଜନା ଆହୁରି ୫ ବର୍ଷ ପର୍ଯ୍ୟନ୍ତ ଜାରି ରହିବ । ୨୦୨୯ ପର୍ଯ୍ୟନ୍ତ ଜନସାଧାରଣଙ୍କୁ ରାସନ ମିଳିବ । ଶିଶୁ ମହିଳାଙ୍କୁ ପୁଷ୍ଟିକର, ସୁଲଭ ଖାଦ୍ୟ ମିଳିବ । ମୋଦୀଙ୍କ ଗ୍ୟାରେଣ୍ଟି ମଧ୍ୟରେ ସେବା, ଉତ୍ତମ ଶାସନ, ଗରିବଙ୍କ କଲ୍ୟାଣ ପାଇଁ ଧ୍ୟାନ ଦିଆଯିବ । ଗରିବ, ମଧ୍ୟବିତ୍ତ ପରିବାରଙ୍କୁ ସ୍ଥାୟୀ ଘର ଯୋଗାଇ ଦିଆଯିବ । ପରୀକ୍ଷା ପେପର ଲିକ୍ ଆଇନ, ନୂତନ ଶିକ୍ଷା ନୀତି କାର୍ଯ୍ୟକାରୀ କରିବ । ୩ କୋଟି ମହିଳା ଲକ୍ଷପତି ଦିଦି ହେବେ । ଗର୍ଭାଶୟ କର୍କଟ ଉପରେ ଗୁରୁତ୍ବାରୋପ କରାଯିବ । ମହିଳାମାନଙ୍କ ପାଇଁ ସର୍ବସାଧାରଣ ଶୌଚାଳୟ ନିର୍ମାଣ କରାଯିବ । ମହିଳା ଶକ୍ତି ବନ୍ଦନ ଆଇନ କାର୍ଯ୍ୟକାରୀ କରିବେ
୭୦ ବର୍ଷରୁ ଅଧିକ ବୟସ୍କ ସମସ୍ତ ବ୍ୟକ୍ତି ଆୟୁଷ୍ମାନ ଭାରତର ଲାଭ ପାଇବେ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ବୃଦ୍ଧି କରାଯିବ । ପ୍ରତ୍ୟେକ ଘରକୁ ପାନୀୟ ଜଳ ଯୋଗାଣ ହେବ । ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ଯୋଜନା ଅନ୍ତର୍ଗତ ମାଗଣା ସୌର ଶକ୍ତି ଯୋଗାଇ ଦିଆଯିବ। ଗ୍ରାମାଞ୍ଚଳର ମହିଳାମାନଙ୍କ ପାଇଁ ଲକ୍ଷପତି ଦିଦି ସ୍ୱୟଂ ସହାୟକ ଗୋଷ୍ଠୀ ଯୋଜନାର ସମ୍ପ୍ରସାରଣ