ବାଲେଶ୍ବର: ବିଜେଡି ବାଲେଶ୍ବର ଲୋକସଭା ପାଇଁ ପ୍ରାର୍ଥୀ ଭାବେ ଲେଖାଶ୍ରୀ ସାମନ୍ତସିଂହାରଙ୍କ ନାମ ଘୋଷଣା କରିବା ପରେ ଏବେ ରାଜନୀତି ସରଗରମ ହୋଇଚି । ଲେଖାଶ୍ରୀ ବିଜେପି ଛାଡି ବିଜେଡିରେ ଯୋଗ ଦେବା ପରେ ତାଙ୍କୁ ଟିକେଟ ମିଳିଥିଲା । ଏବେ ନୀଳଗିରି ପୁଅ ସହ ନୀଳଗିରି ବୋହୁଙ୍କ ଲଢ଼େଇ ହେବ ବୋଲି ରାଜନୀତି ମଇଦାନରେ ଚର୍ଚା ହେଉଛି ।
ଗତଥର ବିଜେଡିର ସାଂସଦ ପ୍ରାର୍ଥୀ ରବୀନ୍ଦ୍ର ଜେନା ବିଜେପିର ପ୍ରତାପ ଷଡଙ୍ଗୀଠାରୁ ହାରିଯାଇଥିଲେ। ଏଥର ତାଙ୍କୁ ଦଳ ପ୍ରାର୍ଥୀ ନ କରି ତାଙ୍କର ଧର୍ମପତ୍ନୀଙ୍କୁ ବସ୍ତାରୁ ବିଧାୟକ ପ୍ରାର୍ଥୀ କରିଛି। ସେପଟେ ବର୍ତ୍ତମାନ ବାଲେଶ୍ବର ଲୋକସଭା ପାଇଁ ବିଜେଡି ଲେଖାଶ୍ରୀ ସାମନ୍ତସିଂହାରଙ୍କ ସହିତ ବିଜେପିର ପ୍ରତାପ ଷଡଙ୍ଗୀଙ୍କ କଡା ଟକ୍କର ହେବାର ସମ୍ଭାବନା ବଢ଼ିଛି। କଂଗ୍ରେସର ଶ୍ରୀକାନ୍ତ ଜେନା ପ୍ରାର୍ଥୀ ହେଲେ ମଧ୍ୟ ବର୍ତ୍ତମାନ ପରିସ୍ଥିତିରେ ବିଜେପି ଏବଂ ବିଜେଡି ମଧ୍ୟରେ ଟକ୍କର ହେବ ବୋଳି ରାଜୀନିତି ସମୀକ୍ଷକମାନେ ଆଲୋଚନା କରୁଛନ୍ତି ।