ସମ୍ବଲପୁର: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପବିତ୍ର ବିଜୟା ଦଶମୀ ଓ ଦଶହରା ଅବସରରେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହି ଅବସରରେ ଝାରସୁଗୁଡ଼ା ଓ ସମ୍ବଲପୁରରେ ବିଭିନ୍ନ ଦୁର୍ଗାପୂଜା ମଣ୍ଡପ ବୁଲିବା ସହ ମା’ଦୁର୍ଗାଙ୍କ ଦର୍ଶନ କରିଛନ୍ତି । ପ୍ରଭୁ ଶ୍ରୀରାମ, ମା’ ଦୁର୍ଗା ଓ ମା’ ସମଲେଇଙ୍କ ଆଶୀର୍ବାଦରୁ ସମାଜରୁ ଅନ୍ଧକାର ରୂପକ ରାବଣ ବିଲୁପ୍ତ ହେଉ । ଆମ ରାଜ୍ୟ ଓ ଦେଶ ପ୍ରଗତିର ପଥରେ ଆଗକୁ ଯାଉ ବୋଲି ଶ୍ରୀ ପ୍ରଧାନ ପ୍ରାର୍ଥନା କରିଛନ୍ତି ।
ସମ୍ବଲପୁରର ଠେଲକୋଲି ଏବଂ ରେଙ୍ଗାଲି ଠାରେ ଦୁର୍ଗାପୂଜା ବୁଲିବା ସହ ଅଇଁଠାପାଲି ଠାରେ ରାବଣ ପୋଡ଼ି ଉତ୍ସବ – ୨୦୨୪ରେ ସାମିଲ ହୋଇ ରାବଣ ଦହନ କରିଛନ୍ତି ।
ଏହି ଅବସରରେ ସେ କହିଛନ୍ତି ଯେ ଦୁର୍ଗା ପୂଜା କେବଳ ଏକ ପର୍ବ ନୁହେଁ ବରଂ ଆମର ସାଂସ୍କୃତିକ ଐତିହ୍ୟର ପ୍ରତୀକ । ଆମର କଳା, ସଂସ୍କୃତି, ପରମ୍ପରାକୁ ଉଜାଗର କରିବାର ଅନନ୍ୟ ଅବସର ।
ଦୁର୍ଗା ପୂଜା ସାମାଜିକ ସମରସତାର ଅନନ୍ୟ ବିଭବ । ଆସୁରିକ ଶକ୍ତି ଉପରେ ଦିବ୍ୟଶକ୍ତି ; ଅଧର୍ମ ଉପରେ ଧର୍ମର ବିଜୟ ଏବଂ ଅସତ୍ୟ ଉପରେ ସତ୍ୟର ବିଜୟର ପ୍ରତୀକ ।