ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ସୋମବାର ସ୍ଥଗିତ ରଖାଯାଇଛି। ବାତ୍ୟାର ପରବର୍ତ୍ତୀ ସାହାଯ୍ୟ ଏବଂ ପୁନରୁଦ୍ଧାର କାର୍ଯ୍ୟକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ହେବାକୁ ଥିବା ଅଭିଯୋଗ ଶୁଣାଣି ବନ୍ଦ ରଖାଯାଇଥିବା ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।