ବାତ୍ୟା ସମୟରେ ପ୍ରଶଂସନୀୟ କାର୍ଯ୍ୟ କରିଥିବାରୁ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକର ଆଶା ଦିଦି ଶିବାନୀ ମଣ୍ଡଳଙ୍କୁ ତୁରନ୍ତ ସହାୟତା ଆକାରରେ ପ୍ରଧାନମନ୍ତ୍ରୀ ଆବାସ ଗୃହ ପ୍ରଦାନ କରିଛନ୍ତି ରାଜ୍ୟ ସରକାର । ସ୍ଥାନୀୟ ବିଡିଓ ଆଜି ତାଙ୍କ ଘରକୁ ଯାଇ ଶିବାନୀଙ୍କୁ ଆବାସ ଯୋଜନାର ୱାର୍କ ଅର୍ଡର ପ୍ରଦାନ କରିଛନ୍ତି। ବାତ୍ୟା ସମୟରେ ଆଶା ଦିଦି ଶିବାନୀ ମଣ୍ଡଳ ପକ୍ଷାଘାତର ଶିକାର ଜଣେ 80 ବର୍ଷୀୟା ବୃଦ୍ଧାଙ୍କୁ ନିଜ ପିଠିରେ ବୋହି ସୁରକ୍ଷିତ ସ୍ଥାନକୁ ନେଇଥିଲେ। ଏ ନେଇ ଖବର ପ୍ରସାରଣ ପରେ ତାଙ୍କୁ ଫୋନ୍ କରି କଥା ହେବା ସହ ଧନ୍ୟବାଦ ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।