ରାଜ୍ୟସାର ବିଭିନ୍ନ ସ୍ଥାନରେ ପୀଠ ଓ ମଣ୍ଡପରେ ପୂଜା ପାଇବେ ମାଆ । ମା’ଙ୍କ ସ୍ବାଗତ ପାଇଁ ଗାଁ ଠୁ ସହର ଉତ୍ସବମୁଖର ହୋଇଛି । କେତେକ ସ୍ଥାନରେ ଆଜି ପାଳନ ହେଉଛି ଆଲୋକର ପର୍ବ ଦୀପାବଳି । ସେପଟେ ଦିପାବଳୀ ଓ ପାୟାଶ୍ରାଦ୍ଧ ପାଳନକୁ ନେଇ ଦ୍ବନ୍ଦରେ ଲୋକେ । ଆଲୋକର ପର୍ବ ଦୀପାବଳି ପାଳନ ପାଇଁ ଆନନ୍ଦମୁଖର ହୋଇଛି ପୁରା ରାଜ୍ୟ । ଚାରିଆଡେ ଖୋଲିଛି ପୁଳାପୁଳା ବାଣ ଦୋକାନ, ମେଲିଛି ଭଳିକି ଭଳି ବାଣ ପସରା। ତେବେ ବାଣ ଫୁଟାଇବା ଯୋଗୁ ବାୟୁ ଓ ଶଦ୍ଦ ପ୍ରଦୂଷଣ ବଢିବା ଆଶଙ୍କାରେ ଲୋକଙ୍କ ପାଇଁ ନିୟମାବଳୀ ଜାରି କରିଛି ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ। ସଂଧ୍ୟା ୭ରୁ ୯ଟା ମଧ୍ୟରେ ବାଣ ଫୁଟାଇବାକୁ ଅନୁମତି ମିଳିଛି । ସମସ୍ତଙ୍କୁ ସୁରକ୍ଷିତ ଭାବରେ ବାଣ ଫୁଟାଇବାକୁ ମଧ୍ୟ ପରାମର୍ଶ ଦେଇଛି |