ଶ୍ରୀମନ୍ଦିର ରତ୍ନଭଣ୍ଡାରରୁ ରତ୍ନ ଖାଲି ହୋଇଛି । ଖାଲି ଆଲମିରା, ସିନ୍ଦୁକ ମଧ୍ୟ ବାହାରିଛି । ଏବେ ମୁଖ୍ୟ ପ୍ରଶାସକ ଡଃ ଅରବିନ୍ଦ ପାଢ଼ୀ କହିଛନ୍ତି ଯେ, ବାହାର ରତ୍ନଭଣ୍ଡାରରୁ ସମସ୍ତ ଆଲମିରା ଓ ସିନ୍ଦୁକ ଖାଲି କରାଯିବା ପରେ ଭିତର ରତ୍ନଭଣ୍ଡାରରୁ ସମସ୍ତ ଆଲମିରା ଓ ସିନ୍ଦୁକ ବାହାର କରାଯାଇଥିଲା । ଆଜି ହିଁ ଭାରତୀୟ ପ୍ରତ୍ନତତ୍ତ୍ୱ କର୍ତ୍ତୃପକ୍ଷଙ୍କୁ ରତ୍ନଭଣ୍ଡାର ପୂର୍ଣ୍ଣ ଯାଞ୍ଚ କରିବା ନିମନ୍ତେ ଚିଠି ଲେଖାଯାଇଛି । ଭାରତୀୟ ପ୍ରତ୍ନତତ୍ତ୍ୱ କର୍ତ୍ତୃପକ୍ଷ ମାର୍ଗଦର୍ଶିକା ଅନୁଯାୟୀ ଲେଜର ସ୍କାନିଂ ଓ ଜିଓ-ଫିଜିକାଲ ସର୍ଭେ କରିବେ । ପରେ ଆବଶ୍ୟକ ମରାମତି ଓ ସଂରକ୍ଷଣ କାର୍ଯ୍ୟ କରିବେ । ମରାମତି ସରିବା ପରେ ଅସ୍ଥାୟୀ ଷ୍ଟ୍ରଙ୍ଗ ରୁମ୍ରୁ ରତ୍ନଭଣ୍ଡାରକୁ ସମସ୍ତ ରତ୍ନଅଳଙ୍କାର ନିଆଯିବା ପରେ ସେଠାରେ ଗଣତିମଣତି ଆରମ୍ଭ ହେବ । ଏନେଇ ବିଜେପି ସରକାର ମଧ୍ୟ ସମସ୍ତ ସହାୟତା ଯୋଗାଇ ଦେଉଛନ୍ତି ।