ଥାନା ସାମ୍ନାରେ ସ୍ବାମୀଙ୍କ ମୁକ୍ତି ପାଇଁ ଆତ୍ମାହୂତି ଉଦ୍ୟମ କରିଥିଲେ । ଆଜି ସେ ଆଖିବୁଜିଛନ୍ତି । ତାଙ୍କ ନାମ ହେଉଛି ରଶ୍ମିତା ଦାସ । ଗତ 16 ତାରିଖରେ ମାହାଙ୍ଗା ଥାନା ସମ୍ମୁଖରେ ଦେହରେ ପେଟ୍ରୋଲ ଢାଳି ସେ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଗୁରୁତର ଅବସ୍ଥାରେ ମହିଳାଙ୍କୁ ମାହାଙ୍ଗା ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ପୋଲିସର କାର୍ଯ୍ୟରେ ଅବହେଳା ପାଇଁ ମହିଳା ଜଣକ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ସଂପୃକ୍ତ ମହିଳାଙ୍କ ଘର ମାହାଙ୍ଗା ବ୍ଲକ ଆନନ୍ଦପୁର ଅଞ୍ଚଳରେ ବୋଲି ଜଣାପଡିଛି । ମହିଳାଙ୍କ ସ୍ବାମୀକୁ ମିଛ କେସ୍ରେ ଗିରଫ କରିଥିଲା ପୋଲିସ । ଫଳରେ ମହିଳା ଜଣକ ଥାନାକୁ ଆସି ସ୍ୱାମୀଙ୍କୁ କ’ଣ ପାଇଁ ଥାନାରେ ଅଟକ ରଖିଛ ପଚାରିବାରୁ ପୋଲିସର ଦୁର୍ବ୍ୟବହାର ପ୍ରତିବାଦରେ ମହିଳା ଜଣକ ଦେହରେ ପେଟ୍ରୋଲ ଢାଳି ଥାନା ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ମହିଳାଙ୍କ ଦେହର ପ୍ରାୟ ୭୦ ପ୍ରତିଶତ ପୋଡି ଯାଇଥିଲା। ତେବେ ଏହି ଘଟଣା ପାଇଁ ଯେଉଁମାନେ ଦୋଷୀ ତାଙ୍କ ଉପରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ତାହାକୁ ନେଇ ସ୍ଥାନୀୟ ଅଂଚଳରେ ଆଲୋଚନା ହେଉଛି । ପୋଲିସର ଅବହେଳା ଏବଂ ତଦନ୍ତକୁ ନେଇ ନାନା ପ୍ରଶ୍ନ ସୃଷ୍ଟି ହୋଇଛି । ଆସନ୍ତୁ ଦେଖିବା ରିପାେର୍ଟ