ଜନତା ମଇଦାନରେ ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ । ଉତ୍ସବରେ ପ୍ରଧାନମନ୍ତ୍ରୀ କହିଛନ୍ତି ଆମେ ଯାହା ପ୍ରତିଶ୍ରୁତି ଦେଇଥିଲୁ ତାହା ପୂରଣ କରୁଛୁ । ଶ୍ରୀମନ୍ଦିର ଚାରିଦ୍ବାର ଖୋଲିଲୁ । ସୁଭଦ୍ରା ଯୋଜନା ଦେଲୁ । ସମସ୍ତଙ୍କୁ ମୁଁ ଧନ୍ୟବାଦ ଦେଉଛି । ଆଜିର ଦିନ ଓଡ଼ିଶା ପାଇଁ ଖୁସିର ଦିନ । ଆଜି ଏନଡିଏ ସରକାରର ଶହେ ଦିନ ପୂରଣ କରିଛି । ଗରିବ, କିସାନ ଏବଂ ମହିଳାଙ୍କ ପାଇଁ ବଡ଼ ବଡ଼ ନିଷ୍ପତ୍ତି ଗ୍ରହଣ କରିଛନ୍ତି ଆମ ସରକାର । 3 କୋଟି ପକ୍କା ଘର ଦିଆଯାଇଛି । 2 ଲକ୍ଷ କୋଟି ଟଙ୍କା ଯୁବପିଢ଼ିଙ୍କ ପାଇଁ କରାଯାଇଛି । ପ୍ରାଇଭେଟ କଂପାନୀରେ ପ୍ରଥମ ଚାକିରିର ପ୍ରଥମ ସାଲାରୀ ସରକାର ଦେଉଛନ୍ତି । 75 ଲକ୍ଷ ମେଡିକାଲ ସିଟ୍ ପୂରଣ ହୋଇଛି । 25 ହଜାର ଗ୍ରାମକୁ ପକ୍କା ସଡ଼କ ହୋଇଛି । ଏହାର ଫାଇଦା ଓଡ଼ିଶାକୁ ବି ମିଳୁଛି । 60 ହଜାର ଆଦିବାସୀ ଗ୍ରାମର ବିକାଶ ହେଉଛି । ସରକାରୀ କର୍ମଚାରୀଙ୍କ ପାଇଁ ସାନଦାର ପେନସନ ଯୋଜନା ଆମ ସରକାର ଘୋଷଣା କରିଛି । 11 ଲକ୍ଷ ଲକ୍ଷପତି ଦିଦି ବନିଛନ୍ତି ।
ଆଗାମୀ ଦିନରେ ଓଡ଼ିଶାକୁ ସୁନାର ଓଡ଼ିଶାରେ ପରିଣତ କରିବୁ ବୋଲି ଗ୍ୟାରେଣ୍ଟି ଦେଇଛନ୍ତି ମୋଦି। ମହିଳାଙ୍କ ଉନ୍ନତି ହିଁ ଓଡ଼ିଶା ବିକାଶର ମୂଳମନ୍ତ୍ର ହେବ ବୋଲି ସେ କହିଛନ୍ତି।
‘ସୁଭଦ୍ରା’ ଯୋଜନାରେ ପଞ୍ଜୀକୃତ କରିଛନ୍ତି ୭୨ ଲକ୍ଷ ମହିଳା । ସେମାନଙ୍କ ମଧ୍ୟରୁ ୨୫ ଲକ୍ଷ ହିତାଧିକାରୀଙ୍କୁ ଆଜି ଟଙ୍କା ପ୍ରଦାନ କରାଯାଇଛି । ‘ସୁଭଦ୍ରା’ ଯୋଜନାର ଲାଭ ଓଡ଼ିଶାର ୧ କୋଟିରୁ ଅଧିକ ମହିଳାଙ୍କୁ ମିଳିବ। ଏହି ଯୋଜନା ମା’ ଓ ଭଉଣୀମାନଙ୍କୁ ସଶକ୍ତ କରିବ ବୋଲି କହିଛନ୍ତି ମୋଦି।
ଏହି ଅବସରରେ ଉପସ୍ଥିତ ଅତିଥି ଓ ଜନସାଧାରଣଙ୍କୁ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ପ୍ରଭୁ ଜଗନ୍ନାଥଙ୍କ କୃପାରୁ ପୁଣି ଓଡ଼ିଶା ଆସିବାର ସୌଭାଗ୍ୟ ମିଳିଲା। ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ଥିଲେ ଜନତାଙ୍କ ସେବା ସୁଯୋଗ ମିଳେ। ଓଡ଼ିଶାର ମା’ ମାନଙ୍କ ପାଇଁ ସୁଭଦ୍ରା ଶୁଭାରମ୍ଭର ସୁଯୋଗ ମିଳିଲା। ଓଡ଼ିଶାର ନୂଆ ସରକାର ଶପଥ ସମାରୋହକୁ ଆସିଥିଲି। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମେତ ୨ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, କନକ ବର୍ଦ୍ଧନ ସିଂଦେଓ ବି ଉପସ୍ଥିତ ଅଛନ୍ତି। ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ରଘୁବର ଦାସ ବି ଉପସ୍ଥିତ ଅଛନ୍ତି।