‘ସୁଭଦ୍ରା’ ଯୋଜନା ଟଙ୍କା ପୁଣି ଆସିବ । ତୃତୀୟ ପର୍ଯ୍ୟାୟରେ ମହିଳାଙ୍କୁ ମିଳିବ ସୁଭଦ୍ରା ଟଙ୍କା । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଖୁବ୍ ଶୀଘ୍ର ତୃତୀୟ ପର୍ଯ୍ୟାୟର ପ୍ରଥମ କିସ୍ତି ଟଙ୍କା ଦିଆଯିବ। ୧ କୋଟି ୬୦ ହଜାର ମହିଳା ଆବେଦନ ସୁଭଦ୍ରା ଟଙ୍କା ପାଇଁ ଆବେଦନ କରିସାରିଲେଣି। ଶେଷ ହିତାଧିକାରୀ ‘ସୁଭଦ୍ରା ‘ଟଙ୍କା ପାଇବା ଯାଏ ଏହି ପ୍ରକ୍ରିୟା ଜାରି ରହିବ। ଏବେ ବି ଯାଞ୍ଚ ପ୍ରକ୍ରିୟା ଚାଲିଛି। ଏଯାଏ ପ୍ରାୟ ୬୦ ଲକ୍ଷ ମହିଳା ‘ସୁଭଦ୍ରା’ ଟଙ୍କା ପାଇସାରିଲେଣି। ସରକାରଙ୍କ ପାଖରେ ବଜେଟ୍ ଅଛି। ଟଙ୍କା ପାଇବାରେ କିଛି ଅସୁବିଧା ନାହିଁ।