ମା କୋଳକୁ ଫେରିଲା ହଜିଲା ପୁଅ। 26 ବର୍ଷ ଧରି ହଜିଲା ପୁଅ ଖୋଜି ଖୋଜି ମା ସୀତା ବେହେରା ଆଖିରେ ଲୁହ ନଥିଲା । ତେବେ କିଛି ଲୋକ ବାଲେଶ୍ଵର ଜିଲ୍ଲା ଜଳେଶ୍ୱର ବକ୍ଳ ପଶ୍ଚିମବାଡ ରାସ୍ତାରେ ଯାଉଥିବା ସମୟରେ ରବିନ୍ଦ୍ର ବେହରାକୁ ଦେଖିଥିଲେ । ପରେ ରବିନ୍ଦ୍ର ପାଗଳ ଅବସ୍ଥାରେ ଥିବା ଜଣାପଡିଥିଲା । ପରିବାର ଲୋକଙ୍କ ଖବର ଦେବା ପରେ ସେମାନେ ଆସି ଚିହ୍ନଟ କରିଥିଲେ ।
ରବିନ୍ଦ୍ର ବେହେରା ଘର ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ କୋଟସାଇ ଗ୍ରାମରେ । ତେବେ କୈାଣସି କାରଣରୁ ସେ ଘରୁ ପଳାଇ ଯାଇଥିଲେ । ତେବେ ଖବର ପାଇ ପ୍ରଥମରୁ ଅବିସ୍ୱାସ କରୁଥିବା ପରିବାର ଲୋକଙ୍କୁ ରବିନ୍ଦ୍ର ବେହେରା ଫଟୋ ଦେଖିବା ସହିତ ଅନେକ ଆଲୋଚନା କରିବା ପରେ ପୁଅକୁ ଚିହ୍ନିପାରିଲେ। ପରେ ରବିନ୍ଦ୍ର ବେହେରା , ଭେଣେଇ, ଭାଇ ପଶ୍ଚିମ ବାଡ ଆସି ପହଁଚିଥିଲେ । ରବିନ୍ଦ୍ର ବେହେରା ସହିତ ଭେଟ ହେବା ସହିତ ରବିନ୍ଦ୍ର ବେହେରା ଅବସ୍ଥା ଦେଖି ତାର ଭଉଣୀ ଆଖିରୁ ମଧ୍ୟ ଲୋହ ଝରିପଡିଥିଲା । ଉତ୍ସର୍ଗର ସଦସ୍ୟମାନଙ୍କ ସହାୟତାରେ ରବିନ୍ଦ୍ର ବେହେରା ଚୁଟି ଓ ଦାଢ଼ି କଟାଯିବା ସହ ଗାଧୋଇ ନୂଆ ଡ୍ରେସ ପିନ୍ଧାଯାଇଥିଲା । ଏସବୁ ହେବାପରେ ତାକୁ ଘରକୁ କିପରି ସୁରକ୍ଷିତ ଭାବେ ଫେରାଇ ନିଆଯିବ ସେନେଇ ସମସ୍ୟା ଦେଖାଦେଇଥିଲା ।
26 ବର୍ଷ ପରେ ହେଲେବି ପରିବାର ଲୋକେ ହଜିଯାଇଥିବା ପୁଅକୁ ଫେରିପାଇଥିବାରୁ ଗ୍ରାମ ବାସି ମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । 26 ବର୍ଷ ହୋଇଯିବ ପୁଅକୁ ଖୋଜି ଖୋଜି ବାୟାଣୀ ହୋଇଗଲାଣି ମା । ଥାନାରେ ଏତଲା ଦିଆ ଯାଇଥିଲେ ବି ଆଜି ପର୍ଯ୍ୟନ୍ତ ସୁଫଳ ମିଳିପାରିନଥିଲା । ଜନପ୍ରତିନିଧିଙ୍କ ବାସଭବନ ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀଙ୍କ ଦ୍ୱାରକୁ ଦୌଡି ଦୌଡି ଥକି ପଡିଥିଲା ମା’ ।
ଦୀର୍ଘ ଏକ ଦଶନ୍ଧି ହେଲା ପୁଅକୁ ହରାଇଥିବା ବେଳେ ଆଉଥରେ ପୁଅକୁ ପାଇବାର ଆଶା ଛାଡ଼ିଦେଇଥିଲେ। ହେଲେ ବାତ୍ୟା ଦାନା ଛାଡ଼ି ଗଲା ପରେ ପୁଅକୁ ଫେରିପାଇବା ପରେ ପରେ ଆତ୍ମ ବିଭୋର ହୋଇପଡ଼ିଛନ୍ତି ବାଲେଶ୍ଵର ଜିଲା ବସ୍ତା ଥାନା ଅଞ୍ଚଳର ମା ।