ଚାନ୍ଦବାଲି: ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ। ଓଡ଼ିଶାରେ ସବୁ ଥାଇ ଓଡ଼ିଶା କାହିଁକି ଗରିବ ବୋଲି ପ୍ରଶ୍ନ କରିଛନ୍ତି । ବିଜେପିକୁ ଏଥର ସରକାର ଗଢ଼ିବା ପାଇଁ ସୁଯୋଗ ଦେବାକୁ ଅନୁରୋଧ କରିଛନ୍ତି । ଶାହ କହିଛନ୍ତି ଏଠି ପ୍ରଚୁର ପାଣି ବି ରହିଛି। ଖଣି ରହିଛି, ନିଯୁକ୍ତି ସୁଯୋଗ ରହିଛି କିନ୍ତୁ ଓଡ଼ିଶାର ଯୁବବର୍ଗ ପେଟ ପୋଷିବାକୁ ବାହାରକୁ ଯାଉଛନ୍ତି। ଓଡ଼ିଶାର ଗରିବୀ ପାଇଁ ଏଠାକାର ମୁଖ୍ୟମନ୍ତ୍ରୀ ନବୀନ ବାବୁ ଦାୟୀ।
କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ବିଜେପିକୁ ଭୋଟ୍ ଦିଅନ୍ତୁ ଓ ଓଡ଼ିଶାକୁ ସମୃଦ୍ଧ କରନ୍ତୁ ବୋଲି କହିବା ସହ ବିଜେଡିକୁ ଟାର୍ଗେଟ କରିଛନ୍ତି । ଓଡ଼ିଶାକୁ ତାମିଲ ବାବୁ ନା ମୁଖ୍ୟମନ୍ତ୍ରୀ ପରିଚାଳନା କରିବେ? ଓଡ଼ିଶାରେ ବି ମୋଦୀଙ୍କ ସରକାର ବନାଇବାକୁ ପଡ଼ିବ। ୭୫ରୁ ଅଧିକ ସିଟ୍ ଜିତି ଡବଲ ଇଂଜିନ ସରକାର କରିବ ବିଜେପି ବୋଲି କହିଛନ୍ତି ଶାହ । ଭାରତ ଏବେ ବିକଶିତ ଦେଶରେ ପରିଣତ ହୋଇଛି । ପଂଚମ ଅର୍ଥବ୍ୟବସ୍ଥା ହୋଇଥିବା କହିଛନ୍ତି ଶାହ । ଓଡ଼ିଶାରେ ବିଜେପି ସରକାର ଗଠନ କଲେ ରାଜ୍ୟ ପୁରି ଆଗକୁ ଯିବ ବୋଲି ସେ କହିଛନ୍ତି ।