ଶ୍ରୀକ୍ଷେତ୍ରରେ ଭାରତର ସବୁଠାରୁ ଧନୀ ବ୍ୟକ୍ତି ତଥା ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀ । ଭୁବନେଶ୍ୱର ବିମାନବନ୍ଦରରୁ ଜେଡ୍ ପ୍ଲସ ସୁରକ୍ଷା ବଳୟରେ ପୁରୀରେ ପହଞ୍ଚି ଶ୍ରୀଜୀଉଙ୍କୁ ଦର୍ଶନ କରିଛନ୍ତି ଅନନ୍ତ ଅମ୍ବାନୀ । ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ସେ ୨ କୋଟି ୫୧ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ପ୍ରଶାସକ ଜିତେନ୍ଦ୍ର ସାହୁ ଏହି ଦାନ ରାଶି ଗ୍ରହଣ କରିଛନ୍ତି ।ରାତି ପ୍ରାୟ ସାଢ଼େ ୧୦ଟାରେ ପୁରୀରେ ପହଞ୍ଚିବା ପରେ କଡ଼ା ସୁରକ୍ଷା ଭିତରେ ଚତୁର୍ଦ୍ଧାମୂର୍ତ୍ତି ସେ ଦର୍ଶନ କରିଛନ୍ତି । ମା’ ବିମଳା ଓ ଅନ୍ୟ ପାଶ୍ୱର୍ଦେବାଦେବୀଙ୍କ ମଧ୍ୟ ଦର୍ଶନ କରିଛନ୍ତି ଅନନ୍ତ । ମହାଲକ୍ଷ୍ମୀ ମନ୍ଦିରରେ କିଛି ସମୟ ବସିବା ସହ ନୃସିଂହ ମନ୍ଦିରରେ ବସିି ହନୁମାନ ଚାଳିସା ପାଠ କରିଥିଲେ । ପରିଚାଳନା କମିଟି ସଦସ୍ୟ ଜଗନ୍ନାଥ କର, କୌଳିକ ପଣ୍ଡା ରଘୁନାଥ ଗୋଛିକାର ଓ ଅନ୍ୟାନ୍ୟ ସେବାୟତ ଉପସ୍ଥିତ ଥିଲେ ।