ଆକାଶଛୁଆଁ ହେଉଛି ଅତ୍ୟାବଶ୍ୟକ ସାମଗ୍ରୀ ଦର । ପରିବା ବଜାରରେ ଏବେ ମହଙ୍ଗା ମାଡ଼ । କଲବଲ ସାଧାରଣ ଖାଉଟି । ଚଢ଼ା ଦରକୁ ନେଇ ଅତିଷ୍ଠ ହୋଇଗଲେଣି ଖାଉଟି । ଦୁଇ ସପ୍ତାହ ତଳେ ୨୦ରୁ ୩୦ ଟଙ୍କାରେ ବିକ୍ରି ହେଉଥିବା ଟମାଟୋରେ ଏବେ ହାତ ମାରିବାକୁ ଡର ଲାଗୁଛି। ଏବେ କେଜି ପିଛା ୧୦୦ ଟଙ୍କାରେ ପହଞ୍ଚିଛି ଟମାଟୋ । ଖୁଚୁରା ବଜାରରେ ଏହାର ଅଧିକ ପ୍ରଭାବ ଦେଖିବାକୁ ମିଳୁଛି । ଏହାକୁ ନେଇ ଚିନ୍ତାରେ ଖାଉଟି ।