ଭିକେ ପାଣ୍ଡିଆନ କହିଛନ୍ତି ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା ହୋଇଥାନ୍ତା ବୋଲି ଖବର ପାଇଥିଲୁ । ଜଣେ ମହିଳାଙ୍କୁ ମୁଖ୍ୟମନ୍ତ୍ରୀ କରିଥାନ୍ତେ ଖବର ମିଳିଥିଲା । ୪ରୁ ୫ ଜଣ ବିଜେପିର ଟାଣୁଆ ନେତା ଏଥିପାଇଁ ୯ଟା ବେଳେ ସାମ୍ବାଦିକ ସମ୍ମିଳନୀ କରିଥାନ୍ତେ । କିନ୍ତୁ ନିଜ ନିଜ ଭିତରେ ଝଗଡା ହୋଇଯିବାରୁ ବିଳମ୍ବରେ ପ୍ରେସମିଟ୍ କଲେ ଏବଂ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କଲେନି । ଏହାସହ ଚ୍ୟାଲେଞ୍ଜ ଦେଇ ପାଣ୍ଡିଆନ କହିଛନ୍ତି ଯଦି ଦମ ଅଛି ତେବେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରୁ ବିଜେପି । ନବୀନଙ୍କ ବିରୋଧରେ କାହାକୁ ପ୍ରାର୍ଥୀ କରିବାକୁ ୧୦ ବର୍ଷ ହେଲା ପାଉନାହାନ୍ତି ବୋଲି କହି କଟାକ୍ଷ କରିଛନ୍ତି ପାଣ୍ଡିଆନ ।