ବିଜେଡିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନବୀନ ପଟ୍ଟନାୟକ ଦୀର୍ଘ ୨୪ ବର୍ଷ ହେବ ଓଡ଼ିଶାବାସୀଙ୍କ ସେବା କରୁଛନ୍ତି, କିନ୍ତୁ ବିଜେପିର ମୁଖ୍ୟମନ୍ତ୍ରୀ ଚେହେରା କିଏ? ତାହାର ଉତ୍ତର ଦେଇପାରୁନାହାନ୍ତି ବିଜେପି ନେତା । ୧୦ ବର୍ଷ ହେଲା ଜଣେ କେନ୍ଦ୍ରମନ୍ତ୍ରୀ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ ବିଜେପି ଦଳ ତାଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିବାକୁ ଡରୁଛି । ତାଙ୍କ ଉପରେ ଆସ୍ଥା, ବିଶ୍ୱାସ ନାହିଁ । ଯଦି ନିଜ ଦଳର ଉକ୍ତ କେନ୍ଦ୍ରମନ୍ତ୍ରୀଙ୍କ ଉପରେ ଆଶା ବିଶ୍ୱାସ ନାହିଁ ତାହେଲେ ଲୋକଙ୍କର ଆଶା ବିଶ୍ୱାସ କେଉଁଠୁ ଆସିବ? ୨୪ ବର୍ଷ ହେଲା ନବୀନ ମୁଖ୍ୟମନ୍ତ୍ରୀ ଅଛନ୍ତି, ଏବେ ଆମକୁ ସୁଯୋଗ ଦିଅନ୍ତୁ ବୋଲି ବିଜେପି ନେତା କହୁଛନ୍ତି । କିନ୍ତୁ ବିଜେପିର ମୁଖ୍ୟମନ୍ତ୍ରୀ ଚେହେରା ଆଗ କୁହନ୍ତୁ ତାହା ପରେ ଓଡ଼ିଶାବାସୀ ତାଙ୍କ ଚେହେରା ଦେଖି ଆଶୀର୍ବାଦ ଦେବେ କି ନାହିଁ ଚିନ୍ତା କରିବେ । ଦମ ଥିଲେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରନ୍ତୁ, ୧୦% ଆସନ ମଧ୍ୟ ପାଇବେନି ବିଜେପି ।