ଜାତୀୟ କୃଷି ଓ ଗ୍ରାମୀଣ ବିକାଶ ବ୍ୟାଙ୍କ ଅର୍ଥାତ ନାବାର୍ଡ ପକ୍ଷରୁ ନିକଟରେ ପ୍ରକାଶିତ ସର୍ବଭାରତୀୟ ଗ୍ରାମାଞ୍ଚଳ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ସର୍ଭେ ୨୦୨୧-୨୨ ରିପୋର୍ଟରୁ ଆସିଛି ସାଙ୍ଘାତିକ ତଥ୍ୟ । ରିପୋର୍ଟ କହୁଛି ଚାଷୀଙ୍କ ଆୟ କ୍ଷେତ୍ରରେ ଜାତୀୟ ହାରଠୁ ପଛରେ ବହୁ ପଛରେ ରହିଛି ଓଡ଼ିଶା । ରାଜ୍ୟର ଚାଷୀଙ୍କ ଆୟ ମାସିକ ୧୦ ହଜାରରୁ ବି କମ ରହିଛି । ଯେତେବେଳେ କି ପଞ୍ଜାବ, ହରିୟାଣା ଓ କେରଳର ଚାଷୀଙ୍କର ପରିବାର ପିଛା ମାସିକ ଆୟ ବହୁ ଅଧିକ ରହିଛି । କୃଷକ ପରିବାରଗୁଡ଼ିକର ଜାତୀୟ ହାରାହାରି ଆୟ ଦେଖିଲେ ଏହା ୧୩,୬୬୧ ଟଙ୍କା ରହିଛି। ଦେଶରେ କୃଷକ ପରିବାରଗୁଡ଼ିକର ମାସିକ ହାରାହାରି ଆୟ ଗତ ୫ ବର୍ଷ ମଧ୍ୟରେ ୫୩ ପ୍ରତିଶତ ବୃଦ୍ଧି ଘଟିଛି। ୫ ବର୍ଷ ପୂର୍ବେ ଏହା ୮,୯୩୧ ଟଙ୍କା ରହିଥିଲା।